ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ମଙ୍ଗ ଧରିଲେ ନବୀନ, ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ।

272

କନକ ବ୍ୟୁରୋ: ପଞ୍ଚମ ଥର ରାଜ୍ୟର ମଙ୍ଗ ସମ୍ଭାଳିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ । ନିଜ ଅଫିସିଆଲ୍ ସୋସିଆଲ ସାଇଟରେ ଭିଡ଼ିଓ ପୋଷ୍ଟ କରି ଧର୍ମେନ୍ଦ୍ର କହିଛନ୍ତି କି, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡିଶାବାସୀ ଆସ୍ଥା ସ୍ଥାପନ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି । ସେହିପରି ବିଜେପିକୁ ଏଥର ୨୩ଟି ଆସନ ମିଳିଛି । ଆଶାନୁରୂପ ବିଧାନସଭା ଆସନ ଦଳକୁ ମିଳିନାହିଁ କିନ୍ତୁ ଖେଳୁଆଡ ମନୋବୃତି ନେଇ ଆମେ ଏହାକୁ ସ୍ୱୀକାର କରୁଛୁ ।

ଓଡିଶା ଲୋକମାନେ ତାଙ୍କର ଦାୟିତ୍ୱ ପୂରା କରିଛନ୍ତି । ଏବେ ସରକାରମାନେ ସେମାନଙ୍କର ଦାୟିତ୍ୱ ପୂରା କରିବାର ବେଳ । ଚଳିତ ନିର୍ବାଚନରେ ଓଡିଶାର ଜନସାଧାରଣ ବିଜେପିକୁ ବଡ ରାଜନୈତିକ ସମୂହ ଭାବେ ସ୍ୱୀକୃତୀ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି । ଓଡିଶାବାସୀଙ୍କ ଜନମତ ଓ ନିଷ୍ପତିକୁ ମୁଣ୍ଡପାତି ସ୍ୱୀକୀର କରୁଛି । ୨୦୧୪ ତୁଳନାରେ ୨୦୧୯ ମସିହାରେ ଓଡିଶାବାସୀ ବିଜେପିକୁ ଅଭୁତପୂର୍ବ ସମର୍ଥନ ଦେଇଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।