କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଓଡ଼ିଶାରେ ରେଳ ଟିକେଟକୁ ଓଡ଼ିଆ ଭାଷାରେ ଛାପିବାକୁ ଅନୁରୋଧ ।

145

କନକ ବ୍ୟୁରୋ: ଓଡିଶାରେ ରେଳ ଟିକେଟକୁ ଆଂଚଳିକ ଓଡିଆ ଭାଷାରେ ଛାପିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାରେ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ତରଫରୁ ଅନେକ ବ୍ୟବସ୍ଥା କରାଯାଇଛି । ଯାତ୍ରୀ ସୁବିଧାରେ ଗତ କିଛି ବର୍ଷରେ ବହୁ ଉନ୍ନତି ପରିଲିକ୍ଷିତ ହେବା ସହ ଯାତ୍ରା ସମୟରେ ଲୋକମାନଙ୍କର ଅନୁଭୂତି ସୁଃଖଦ ହେଉଛି ।

ଟିକେଟ୍ ଗୁଡିକ ଓଡିଆରେ ଉପଲବ୍ଧ ହେଲେ ଓଡିଶାବାସୀ ଲାଭବାନ ହେବେ । ଏହାସହ ଓଡିଶାରେ ଟିକେଟ୍ ଗୁଡିକ ଯଦି ଓଡିଆରେ ଉପଲବ୍ଧ ହେବ ତେବେ ଆମ ରାଜ୍ୟର ଲୋକମାନେ ଆହୁରି ଲାଭବାନ ହେବେ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେଣୁ ତୁରନ୍ତ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଏବଂ ରାଜ୍ୟର ଆଞ୍ଚଳିକ ଭାଷାକୁ ପ୍ରଧାନ୍ୟ ଦେଇ ରେଳ ଟିକେଟକୁ ଓଡ଼ିଆ ଭାଷାରେ ଛାପିବାକୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।