ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ଉଠାଇଲେ ବିଜେଡି ନେତାଙ୍କ ଚିଟଫଣ୍ଡ ସଂପୃକ୍ତି ପ୍ରସଙ୍ଗ

20

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି , ବ୍ରହ୍ମଗିରି ଯାଏଁ ଲମ୍ବିଛି ଚିଟଫଣ୍ଡର ଚେର । ସହଜରେ ଅନୁମାନ କରାଯାଇପାରିବ ବିଜେଡି ବିଧାୟକ ସଂଜୟ ଦାସବର୍ମାଙ୍କ ଆଡକୁ ଇସାରା କରୁଛନ୍ତି ଧର୍ମେନ୍ଦ୍ର । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରେ ବି ଚିଟଫଣ୍ଡ ଅଭିଯୁକ୍ତ ଅଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

କିଛି ଦିନ ପୂର୍ବରୁ ଅମିତ୍ ଶାହା ଓଡିଶାରେ ଚିଟଫଣ୍ଡକୁ ନେଇ ବିଜେଡି ନେତା ବନ୍ଧା ହେବେ ବୋଲି କହିବା ପରେ ସତକୁ ସତ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ହାତରେ ହାତକଡି ପଡିଗଲା । ଏହାପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ କହିଥିଲେ ଚିଟଫଣ୍ଡରେ ସଂପୃକ୍ତ ବିଜେଡି ନେତା ବନ୍ଧା ହେବେ । ଏହାକୁ ନେଇ ବିଜେଡି ପ୍ରଶ୍ନ କରିଥିଲା ସିବିଆଇ କ’ଣ ବିଜେପି ନେତାଙ୍କୁ ରିପୋର୍ଟ କରୁଛି ?