ରାଜନୀତିର ନମ୍ବର ଖେଳ ! କେନ୍ଦ୍ର ତାଲିକାରେ ଧର୍ମେନ୍ଦ୍ର ଏକ ନମ୍ବର, ନବୀନ ଦୁଇ ନମ୍ବର

21

କନକ ବ୍ୟୁରୋ : ଆଗରେ କେନ୍ଦ୍ରମନ୍ତ୍ରୀ ପଛରେ ମୁଖ୍ୟମନ୍ତ୍ରୀ । ଓଡିଶାର ପାଇକ ବିଦ୍ରୋହ ସ୍ମୃତିରେ ଉତ୍ସବ ପାଳନ କରିବେ କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ରରେ ଏକ କୋର୍ କମିଟି ସହ ରାଜ୍ୟସ୍ତରୀୟ କମିିଟି ଗଠନ ହୋଇଛି । କମିଟିର ଏକ ନମ୍ବରରେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ । ପାଇକ ବିଦ୍ରୋହ ପାଳନ କମିଟିର ଦୁଇ ନମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ରହିଛି । ଯାହାକୁ ନେଇ ଏବେ ବିବାଦ ଠିଆ ହୋଇଛି ।

ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରିନି ବିଜେଡି । ଦେଶର ବିଭିନ୍ନ ଐତିହାସିକ ଘଟଣାର ଉତ୍ସବ ପାଳନ ପାଇଁ କେନ୍ଦ୍ର ସରକାର କମିଟି ଘୋଷଣା କରିଛନ୍ତି । ତେବେ ଏହି କମିଟି ଏବଂ ଏହାର ସଦସ୍ୟଙ୍କ ତାଲିକା ନେଇ ଏବେ ସୃଷ୍ଟି ହୋଇଛି ବିବାଦ । ଗୁଜୁରାଟ ସାବରମତୀ ଆଶ୍ରମ ଶତବାର୍ଷିକୀ କମିଟି କ୍ଷେତ୍ରରେ ତାଲିକାରେ ଏକ ନମ୍ବରରେ ସେଠାକାର ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପାଇକ ବିଦ୍ରୋହ ଉତ୍ସବ କମିଟିରେ ଦୁଇ ନମ୍ବରରେ ରଖିବାକୁ ବିରୋଧ କରିଛି ବିଜେଡି ।