ଆଇନ୍ ଭାଙ୍ଗିଛନ୍ତି ଧର୍ମେନ୍ଦ୍ର ! ପୁଞ୍ଜି ନିବେଶର ଘୋଷଣା କରି ବିରୋଧୀଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ

43

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଢେଙ୍କାନାଳ ମହାବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ୨୦ ହଜାର କୋଟି ଟଙ୍କାରେ ତାପଜ ବିଦ୍ୟୁତ ପ୍ରକଳ୍ପ ଓ ଆଲୁମିନିୟମ ପ୍ଲାଂଟ ପ୍ରତିଷ୍ଠା ପାଇଁ ଚୁକ୍ତି ହୋଇଥିବା ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର । ଏହି କାରଖାନା କାର୍ଯ୍ୟକାରୀ ହେଲେ ଢେଙ୍କାନାଳ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ ।

ତେବେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଏଭଳି ଘୋଷଣା କରିଥିବା ଅଭିଯୋଗ କରିଛି ବିଜେଡି । ଏଭଳି ଲୋଭନୀୟ ଘୋଷଣା କରି ବିଜେପି ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରିଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।

ଆଚରଣ ବିଧି ବଳବତର ଥିବା ବେଳେ ଉଭୟ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଲୋକାଭିମୁଖୀ ଯୋଜନା ସଂପର୍କରେ ଘୋଷଣା କରାଯାଇ ପାରିବ ନାହିଁ ବୋଲି ନିୟମ ରହିଛି । ଆଉ ଏତିକିବେଳେ କଲେଜ କାର୍ଯ୍ୟକ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାକୁ ସହଜରେ ହଜମ କରିପାରୁ ନାହିଁ ବିଜେଡି ।