ଧର୍ମେନ୍ଦ୍ରଙ୍କ ଗୁଗୁଲି ! ବିଜେପୁରରେ ବିଜେପିର ବିଜୟ ସୁନିଶ୍ଚିତ, ଉପନିର୍ବାଚନ ହିଁ ଆଣିବ ପରିବର୍ତ୍ତନ

34

କନକ ବ୍ୟୁରୋ : ବିଜେପୁରରେ ଜମିଛି ହାଇଭୋଲଟେଜ ପ୍ରଚାର । ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପିର ହେଭିୱେଟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଅଶୋକଙ୍କୁ ବିଜୟୀ ଟିକା ପିନ୍ଧାଇବା ପାଇଁ ଧର୍ମେନ୍ଦ୍ର ବିଜେପୁର ମାଟିରେ ଗୋଟି ଚାଳନା କରିଛନ୍ତି । ଆଜି ସେ ବରିଷ୍ଠ ଦଳୀୟ ନେତାଙ୍କ ସହ ଯାଇ ବିଜେପୁରରେ ପ୍ରଚାର କରିଛନ୍ତି ।ଧର୍ମେନ୍ଦ୍ର ରୋଡ ସୋ ଶୋରେ ଯାଇ ନିର୍ବାଚନୀ ପ୍ରଚାର କରିଛନ୍ତି । ବିଜେପୁରରେ ଭାରତୀୟ ଜନତା ପାର୍ଟିର ବିଜୟ ସୁନିଶ୍ଚିତ ଏଥିରେ ଆଦୌ ସନ୍ଦେହ ନାହିଁ ବୋଲି ଧର୍ମେନ୍ଦ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

bijepurଏହି ପ୍ରଚାର ସମୟରେ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଜେପିର ପୋଷ୍ଟର ବଏ ଧର୍ମେନ୍ଦ୍ର । ରାଜ୍ୟ ସରକାର ଦୀର୍ଘ ୧୮ ବର୍ଷ ଧରି ବିଜେପୁରକୁ ଠକି ଆସିଛନ୍ତି । ଏପରିକି ଦୀର୍ଘ ୧୮ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି ବିଜେପୁର । ଗତ ତିନି ବର୍ଷ ଧରି ବିଜେପୁର ମରୁଡି ପ୍ରଭାବିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ତେଣୁ ବିଜେପୁରର ବିକାଶ ହିଁ ବିଜେପି ପାଇଁ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାଛଡା ବିଜେପୁର ବାସୀ ଏବେ ପରିବର୍ତ୍ତନ ଆଡକୁ ମୁହାଁଇଲେଣି ତେଣୁ ଚଳିତ ଉପନିର୍ବାଚନରେ ଏକ ସ୍ପଷ୍ଟ ମତ ମିଳିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ଉପନିର୍ବାଚନ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ବିଜେପୁର ମାଟିରୁ ହିଁ ମିଶନ ୧୨୦ ପୁନାଦି ଖୋଳାଯିବ । ତେଣୁ ବିଜେପୁର ବାଜି ଜିତିବା ପାଇଁ ପଦ୍ମଦଳ ଜି ଜାନ ଲଗାଇ ଦେଇଛି ।