ଧର୍ମଶାଳା ଟେଷ୍ଟରେ କଡା ଟକ୍କର ! ଅଷ୍ଟ୍ରେଲିଆ ବୋଲର ନାଥନ ଲାୟନଙ୍କ ଶାଣିତ ବୋଲିଂରେ ଟଳମଳ ହେଲା ଟିମ ଇଣ୍ଡିଆର ବ୍ୟାଟିଂ ଲାଇନ

30

କନକ ବ୍ୟୁରୋ : ଧର୍ମଶାଳା ଟେଷ୍ଟ ଏବେ କଡା ଟକ୍କର ସ୍ଥିତିକୁ ଆସିଛି । ପ୍ରଥମ ପାଳିରେ ଅଷ୍ଟ୍ରେଲିଆକୁ ୩ଶହ ରନରେ ସୀମିତ ରଖିଥିବା ଇଣ୍ଡିଆ ଏବେ ପାଳି ଆଗୁଆ ହେବାକୁ ସଂଘର୍ଷ କରୁଛି । ଦୃଢ ମୂଳଦୁଆ ସତ୍ୱେ କଙ୍ଗାରୁ ଦଳ ଯେପରି ୩ଶହ ରନରେ ଅଟକିଥିଲା ଭାରତର ମଧ୍ୟ ସେହି ଦଶା ଦେଖିବାକୁ ମିଳିଛି ।

ଭାରତ ପ୍ରଥମ ପାଳି ବ୍ୟାଟିଂ କରି ଦ୍ୱିତୀୟ ଦିନରେ ୬ ୱିକେଟ ହରାଇ ୨୪୮ ରନ କରିଛି । ମାତ୍ର ୨ୱିକେଟ ହରାଇ ୧୫୬ ରନ କରିଥିବା ଭାରତ ଚା’ପାନ ବିରତି ପରେ ଲଗାତାର ୪ ୱିକେଟ ହରାଇ ଅଷ୍ଟ୍ରେଲିଆକୁ ମ୍ୟାଚକୁ ଫେରିବାକୁ ସୁଯୋଗ ଦେଇଛି । ଅଷ୍ଟ୍ରେଲିଆ ବୋଲର ନାଥନ ଲାୟନ ୪ଟି ୱିକେଟ ନେଇ ଭାରତର ବ୍ୟାଟିଂ ଲାଇନ ଅଫକୁ ଟଳମଳ କରିଦେଇଛନ୍ତି ।