ଧର୍ମଶାଳା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମର ଖତଗଦାରୁ ଶିଶୁକନ୍ୟା ଉଦ୍ଧାର ଘଟଣା ! ଜେନାପୁର ଥାନାରେ ମାମଲା ରୁଜୁ କଲା ସିଡବ୍ଲୁସି

47

କନକ ବ୍ୟୁରୋ : ଧରିତ୍ରୀର ପ୍ରକୃତ ପିତା ମାତା କିଏ ତାର ତଦନ୍ତ କରିବାକୁ ଜେନାପୁର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏଭଳି ହୀନକାର୍ଯ୍ୟକୁ ନିନ୍ଦା କରି ଦୋଷୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ଶିଶୁ ଅଧିକାର କର୍ମୀ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମରେ ।

ଗତକାଲି ପୂର୍ବାହ୍ନ ୧୦ଟା ସମୟରେ ଗ୍ରାମର ୮ବର୍ଷର ଝିଅ ଶ୍ରାବଣୀ ସ୍କୁଲରୁ ଘରକୁ ଫେରୁଥିଲା । ସ୍କୁଲ ଆଗରେ ଥିବା ଖତଗଦାରେ ୨ଟି କୁନି କୁନି ଗୋଡ ହଲୁଥିବାର ଦେଖି ଦୌଡିଯାଇ ମା ଶାନ୍ତିଙ୍କୁ ଜଣାଇଥିଲେ । ଶାନ୍ତି ଏ ସମ୍ପର୍କରେ ଆଶାକର୍ମୀ ଦୌପଦୀଙ୍କୁ ଜଣାଇଥିଲେ । ଖବର ପାଇ ଆଶାକର୍ମୀ ଓ ଗାଁର ପିଲା ଘଟଣାସ୍ଥଳକୁ ଯାଇଥିଲେ । ଆଉ ସେଠାରୁ ମାଟିତଳୁ ନବଜାତକୁ ଉଦ୍ଧାର କରିଥିଲେ ।