ଅବହେଳିତ ଅବସ୍ଥାରେ ୧୨୯ ବର୍ଷର ପୁରୁଣା ବିଦ୍ୟାଳୟ : ଭଙ୍ଗା ଘରେ ପାଠପଢୁଛନ୍ତି ଧର୍ମଗଡ କାଶିବାହାଲ ସ୍କୁଲର ଛାତ୍ରଛାତ୍ରୀ

81

କନକ ବ୍ୟୁରୋ : ରାଜ୍ୟ ଓ କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ସମସ୍ୟା ଘେରରେ ଶହେ ବର୍ଷର ପୁରୁଣା ସ୍କୁଲ । ଧର୍ମଗଡ କାଶିବାହାଲରେ ଭଙ୍ଗା ଘରେ ଚାଲିଛି ୧ ଶହ ୨୯ ବର୍ଷର ବିଦ୍ୟାଳୟ ।

କଳାହାଣ୍ଡି ଧର୍ମଗଡ ସହରଠାରୁ ମାତ୍ର କିଛି ଦୂରରେ ରହିଛି କାଶିବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୨୯ ବର୍ଷର ପୁରୁଣା ଏହି ବିଦ୍ୟାଳୟରେ ୭ଟି ଶ୍ରେଣୀରେ ମୋଟ ୨ ଶହ ୧୯ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ୧୮୮୯ ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିବା ଏହି ସ୍କୁଲ ଆଜି ବି ଭଙ୍ଗା ଖପରା ଛପର ଘରେ ବିପଦ ସଙ୍କୁଳ ଅବସ୍ଥା ଚାଲିଛି ।

ଲଗାଣ ବର୍ଷାରେ ସ୍କୁଲ ସ୍ଥିତି ଅତି ସଙ୍ଗୀନ ହୋଇ ପଡିଥିବାରୁ ଗୋଟିଏ ଶ୍ରେଣୀ ଗୃହରେ ପିଲାଙ୍କୁ ପାଠପଢା ଯାଉଛି । ରୋଷେଇ ଘର ଭାଙ୍ଗି ଯାଇଥିବାରୁ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି । ସ୍କୁଲର ଦୂରାବସ୍ଥା ନେଇ ବାରମ୍ବାର ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଲେ ବି କେହି ଶୁଣିନଥିବା ସ୍କୁଲ ପରି•ଳନା କମିଟି ସଭାପତି ଅଭିଯୋଗ କରିଛନ୍ତି । ସେପଟେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି ବ୍ଲକ ଶକ୍ଷା ଅଧିକାରୀ କହିଛନ୍ତି । ସରକାର ଯଦି ଏହି ଶତାୟୁ ବିଦ୍ୟାଳୟ ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ଆଗାମୀ ଦିନରେ କୌଣସି ଅଘଟଣକୁ ଏଡାଇ ଦିଆଯାଇନପାରେ ।