ନାହିଁ ନାହିଁରେ ଚାଲିଛି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ । ନା ଅଛନ୍ତି ଡାକ୍ତର ନା ମିଳୁଛି ଉପଯୁକ୍ତସ୍ୱାସ୍ଥ୍ୟବସ୍ଥା । ସ୍ୱାସ୍ଥସେବାରୁ ବଂଚିତ ରୋଗୀ ।

31

କନକ ବ୍ୟୁରୋ : ନାହିଁ ନାହିଁରେ ଚାଲିଛି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ । ନା ଅଛନ୍ତି ଡାକ୍ତର ନା ମିଳୁଛି ଉପଯୁକ୍ତ ସ୍ୱାସ୍ଥ୍ୟାବସ୍ଥା । ଫଳରେ ଉତ୍ତମ ସ୍ୱାସ୍ଥସେବାରୁ ବଂଚିତ ହୋଇ ବିଭିନ୍ନ ଅସୁବିଧା ଭୋଗୁଛନ୍ତି ରୋଗୀ ।

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଉପର ନିର୍ଭର କରନ୍ତି କଳାହାଣ୍ଡି ଜିଲ୍ଲା ସମେତ ନୂଆପଡା,ନବରଙ୍ଗପୁର ଓ ପଡୋଶୀ ଛତିଶଗଡ ରାଜ୍ୟର ଶହ ଶହ ରୋଗୀ । ଏଠାରେ କାମଚଳା ଭାବେ ଚୁକ୍ତି ଭିତ୍ତିକ ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ଜରୁରୀ ଆବଶ୍ୟକ ଥିବା ସ୍ତ୍ରୀ ଓ ପ୍ରସୁତି,ଶିଶୁ ରୋଗ,ଅସ୍ତି ଓ ଶଲ୍ୟ,ଚକ୍ଷୁ,ନିସ୍ତେଜକ ଓ ପାଥୋଲୋଜିଷ୍ଟ ଭଳି ମୋଟ ୮ଟି ବିଭାଗର ବିଶେଷଜ୍ଞ ପଦବୀ ଖାଲି ପଡିଛି । ଫଳରେ ରୋଗି ମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଯାଉଥିବାରୁ ଏଠାରେ ବେଡ ମାନ ଖାଲି ପଡିଛି ।

ଦୀର୍ଘ ବର୍ଷରୁ ବିଶେଷଜ୍ଞ ପଦବି ଖାଲି ଥିବାରୁ ଭାଗବାନଙ୍କ ଭରଷାରେ ଚାଲିଛି ଏହି ଉପଖଣ୍ଡ ଚିକିତ୍ସାଳୟ । ନିର୍ବାଚିତ ରାଜନେତା କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବାରୁ ଏହା ଏବେ ଅଂଚଳର ମୂଖ୍ୟ ସମସ୍ୟା ହୋଇ ଯାଇଛି । ଖାଲିପଡିଥିବା ବିଶେଷଜ୍ଞ ପଦବୀ ତୁରନ୍ତ ପୁରଣ କରିବାକୁ ଦାବି ହୋଇଛି ।