ମରି ଯାଇଛି ମାନବିକତା : ଚାରି ଝିଅଙ୍କ କାନ୍ଧରେ ମଶାଣିକୁ ଗଲା ମା’ର କୋକେଇ

23

ଧର୍ମଗଡ : ମରି ଯାଇଛି ମାନବିକତା । ବୃଦ୍ଧା ମାର ଶବଦାହ ପାଇଁ ମିଳିଲାନି କାଂଧ । ଆସିଲେନି ପଡୋଶୀ । ଚାରି ଝିଅଙ୍କ କାନ୍ଧରେ ମଶାଣିକୁ ଗଲା ମା’ର କୋକେଇ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଧର୍ମଗଡର ଗୋଲମୁଣ୍ଡା ବ୍ଲକର ଡୋକରୀପଡାରେ । ଗରିବ ହୋଇଥିବାରୁ ମା’ଙ୍କ ଦେହାନ୍ତ ପରେ ଶବଦାହ ପାଇଁ ମିଳିଲାନି ପଡୋଶୀଙ୍କ କାନ୍ଧ । ଶେଷରେ ଖଟିଆରେ ମା’ର ଶବକୁ ୪ ଝିଅ ମଶାଣିକୁ ନେଇ ଦାହ କରିଛନ୍ତି । କିଭଳି ଭାବରେ କାନ୍ଦି କାନ୍ଦି ନିଜ ମା’ର ମୃତଦେହକୁ ଦାହ ପାଇଁ କାନ୍ଧରେ ବୋହି ନେଉଛନ୍ତି ୪ ଝିଅ  । ଏହାକୁ ଦେଖିଲେ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି, ସତରେ କଣ ଆଜି ସମାଜରୁ ମାନବିକତା ମରି ଗଲାଣି ।