କଳାହାଣ୍ଡି ଧର୍ମଗଡରେ ଚାଷୀ ଆତ୍ମହତ୍ୟା

25

କଳାହାଣ୍ଡି ଧର୍ମଗଡରେ ଜୀବନ ହାରିଲେ ପୁଣି ଜଣେ ଚାଷୀ , ଗୋଲାମୁଣ୍ଡା ବ୍ଲକ ରାମଚନ୍ଦ୍ରପୁର ଗାଁରେ ପୂର୍ଣ୍ଣଚନ୍ଦ୍ର ଭୋଇ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଫସଲ ନଷ୍ଟ ହୋଇଯିବାରୁ ଋଣ ବୋଝ ନେଇ ସେ କିଛିଦିନ ହେବ ଚିନ୍ତାରେ ଥିଲେ । କୀଟନାଶକ ପିଇବା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁୁରୁତର ହୋଇପଡିଥିଲା ।  ଧର୍ମଗଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର  ମୃତୁ୍ୟ ହୋଇଛି । ସେପଟେ କ୍ଷତିପୂରଣ ଦାବିରେ ମୃତଦେହ ରଖି ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି ।