ଗଞ୍ଜାମ ଧରାକୋଟରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ : ଶ୍ମଶାନରେ ପୋଡିଲାବେଳେ ଅର୍ଦ୍ଧଦଗ୍ଧ ଶବ ଜବତ କଲା ପୁଲିସ୍

35

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଅଭାବନୀୟ କାଣ୍ଡ । ଜ୍ୱାଇଁଙ୍କୁ ହତ୍ୟା କରିବା ଅଭିଯୋଗରେ ଶାଶୁ ଥାନାରେ ଅଟକ, ସ୍ତ୍ରୀ ଫେରାର । ଧରାକୋଟ ଥାନା ଜାନବିଲି ଗାଁରେ ସନ୍ତୋଷ ପୃଷ୍ଟି ନାମକ ଜଣେ ଯୁବକଙ୍କୁ ତାଙ୍କ ସ୍ତ୍ରୀ ଓ ଶାଶୁ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସଂପତିି ଲୋଭରେ ଏମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ସନ୍ତୋଷଙ୍କ ବାପା । ତାଙ୍କ କହିବା ଅନୁସାରେ ନିଜ ଭଉଣୀର ଝିଅ ସହ ତାଙ୍କ ପୁଅକୁ ବାହା ଦେଇଥିଲେ । ଏପରିକି ନିଜ ଘରବାଡି ମଧ୍ୟ ଭଉଣୀକୁ ଦେଇଥିଲେ । ହେଲେ ଏହି ସଂପତିକୁ ସଂପୂର୍ଣ୍ଣ ଭାବେ ନିଜ ନାଁରେ କରାଇନେବାକୁ ଏମାନେ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି । ସବୁଠାରୁ ସାଂଘାତିକ କଥା ହେଉଛି ସନ୍ତୋଷଙ୍କ ମୃତ୍ୟୁ ପରେ କିଛି ଗାଁ ଲୋକଙ୍କ ସହାୟତାରେ ତାଙ୍କ ମୃତଦେହକୁ ନେଇ ଗାଁ ଶ୍ମଶାନରେ ପୋଡି ଦେଉଥିଲେ । ତେବେ ସନ୍ତୋଷଙ୍କ ବାପାଙ୍କ ଅଭିଯୋଗକ୍ରମେ ଗାଁରେ ପୁଲିସ୍ ପହଂଚି ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହକୁ ଜବତ କରିବା ସହ ଘଟଣାରେ ସନ୍ତୋଷଙ୍କ ଶାଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏଥିରେ ତାଙ୍କୁ ସହାୟତା କରିଥିବା କିଛି ଗାଁ ଲେକଙ୍କୁ ମଧ୍ୟ ଅଟକ ରଖାଯାଇଛି । ସନ୍ତୋଷଙ୍କ ବାପା ହୀନ ପୃଷ୍ଟିଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଧରାକୋଟ ପୁଲିସ୍ ।