ଧରାକୋଟରେ ବିଜେଡିର ଜନସଭା ! ଜନସଭାକୁ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

86

ତୁମୁଡିବନ୍ଧ, ଧରାକୋଟରେ ଜନସଭା ଓ ସୋରଡାରେ ରୋଡ ସୋ’ ପରେ ଆସ୍କାରେ ପହଚିଂବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ ଜନସଭାକୁ କରିବେ ସମ୍ବୋଧନ । ଏଥିପାଇଁ ହଜାର ହଜାର ଲୋକ ଆସ୍କାରେ ପହଚିଂସାରିଛନ୍ତି । ଆଉ ନବୀନଙ୍କ ଗସ୍ତ ପୂର୍ବରୁ ସମବେତ ଜନତାଙ୍କ ମନୋରଂଜନ କରିଛନ୍ତି ଓଲିଉହର ନାମୀଦାମୀ କଳାକାର । ଷ୍ଟେଜରେ ଦେଖିବାକୁ ମିଳିଛି ପୁପିନ୍ଦର, ରିୟା ଓ ବବିଙ୍କ ଡାଇଲଗବାଜି । ଏହା ପରେ ମଂଚକୁ ଆସି ମନୋରଂଜନ କରିଛନ୍ତି ପପୁଲାର ରାପର ସମୀର ରିସୁ ମହାନ୍ତି । ନିଜ ମନପସନ୍ଦର ଅଭିନେତା ଏବଂ ଅଭିନେତ୍ରୀକୁ ମଞ୍ଚରେ ପାଇ ଜନତା ମଧ୍ୟ ଖୁବ୍ ଖୁସିରେ ମସଗୁଲ ହୋଇଛନ୍ତି ।