ଧନୁଯାତ୍ରାର କଂସକୁ ନେଇ ବିବାଦ ! ବରଗଡରେ ଭୁବନେଶ୍ୱର ପ୍ରଧାନ ଓ ବନ୍ଧବାହାଲରେ କଂସ ଭୂମିକା ତୁଲେଇବେ ଗୋପାଳ ସାହୁ

46

କନକ ବ୍ୟୁରୋ : ବରଗଡ ପରେ ଏବେ ଝାସରୁଗୁଡା ବନ୍ଧବାହାଲ ଧନୁଯାତ୍ରାରେ କଂସ ଅଭିନେତାକୁ ନେଇ ବିବାଦ ଦେଖା ଦେଇଛି । ପ୍ରତିବର୍ଷ ପରି ବନ୍ଧବାହାଲ ଧନୁଯାତ୍ରାରେ କଂସ ଅଭିନୟ କରିବା ପାଇଁ ଭୁବନେଶ୍ୱର ପ୍ରଧାନ ଚୁକ୍ତିବଦ୍ଧ ହୋଇଥିଲେ । ଏପରିକି ଧନୁଯାତ୍ରା ପରିଚାଳନା କମିଟି ପାଖରୁ ଅଭିନେତା ଭୁବନେଶ୍ୱର ଅଗ୍ରୀମ ଅର୍ଥ ମଧ୍ୟ ନେଇଥିଲେ । କିନ୍ତୁ ଏହାରି ଭିତରେ ଭୁବନେଶ୍ୱର ପ୍ରଧାନ ବରଗଡ ମୁକ୍ତାକାଶ ରଙ୍ଗମଂଚରେ କଂସ ଅଭିନୟ କରିବା ପାଇଁ ମନୋନୀତ ହୋଇଛନ୍ତି । ତେଣୁ ସେ ବନ୍ଧବାହାଲ ଧନୁ ଯାତ୍ରାରେ ଅଭିନୟ କରିବେ ନାହିଁ ବୋଲି ମନା କରିଦେଇଥିଲେ । ଯାହାକୁ ନେଇ ବିବାଦ ତେଜିଥିଲା ।

ବିବାଦର ସମାଧାନ ପାଇଁ ଭୁବନେଶ୍ୱର ପ୍ରଧାନ ନିଜ ଗୁରୁ ତଥା ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ଗୋପାଳ ସାହୁଙ୍କୁ ସାଙ୍ଗରେ ଆଣି ବନ୍ଧବାହାଲ ଆସିଥିଲେ । ବନ୍ଧବାହାଲ ଧନୁଯାତ୍ରା କମିଟି ସହ ଆଲୋଚନା କରି ଏଥର କଂସ ଭୁମିକା ତାଙ୍କ ଗୁରୁ ଗୋପାଳ ସାହୁ ଓରଫ ଏଲି କରିବେ ବୋଲି କଥା ଦେଇଛନ୍ତି ଭୁବନେଶ୍ୱର ପ୍ରଧାନ । ତେଣୁ ଏଥର ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଭୁବନେଶ୍ୱର ପ୍ରଧାନଙ୍କ ଅଭିନୟ ଦେଖିବା ଦର୍ଶକ । ସେହିପରି ବନ୍ଧବାହାଲ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଏଲି ଓରଫ ଗୋପାଳ ସାହୁ ।