ମୁଁ ହଲିଉଡର ୩ଟି ପ୍ରୋଜେକ୍ଟକୁ ମନା କରିଦେଇଥିଲି : ଅଭିନେତା ଧନୁଷ୍

47

ନିଜର ୧୭ ବର୍ଷର ଲମ୍ବା କ୍ୟାରିୟରରେ ଅଭିନେତା ଧନୁଷ୍ ପାଇଛନ୍ତି ଅନେକ ସଫଳତା । ନିଜର ନୂଆ ତାମିଲ୍ ଫିଲ୍ମ ‘ଭିଆଇପି-୨’ର ସଫଳତାରେ ଖୁବ୍ ଖୁସି ଥିବା ଧନୁଷ କହିଛନ୍ତି, ସେ ନିଜ ଫିଲ୍ମ ଜରିଆରେ ସକରାତ୍ମକ,ପ୍ରେମ ଓ ଇଚ୍ଛା ଜନ୍ମାଇବାକୁ ଚାହାଁନ୍ତି ।

ଧନୁଷ ନିଜ ଅତୀତକୁ ମନେପକାଇ କହିଛନ୍ତି, ’୧୬ ବର୍ଷ ବୟସରେ ମୋ ବାପା ମୋତେ ଅଭିନୟ ଦୁନିଆକୁ ଛାଡିଦେଇଥିଲେ । ମୁଁ ଅଭିନେତା ହେବା ପାଇଁ ଯୋଗ୍ୟ ନଥିଲି । ମୋ ମନରେ ଆଉ କିଛି ଅଲଗା କରିବାକୁ ଇଚ୍ଛା ଥିଲା । ମୁଁ କେବେ ଭାବିନଥିଲି କି ମୁଁ ଆଜି ଯେଉଁଠି ଠିଆ ହୋଇଛି , ସେ ସ୍ଥାନରେ ଠିଆ ହେବି ବୋଲି । ଏହା ଭାବିଲେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।’

ଧନୁଷ୍ ୨୦୦୨ରେ ନିଜର ପିତା କସ୍ତୁରୀ ରାଜାଙ୍କ ଫିଲ୍ମ ‘ଥୁଲ୍ଲୁବାଥୋ ଇଲମଇ’ରୁ ତାମିଲ୍ ଫିଲ୍ମରେ ପାଦ ଦେଇଥିଲେ । ଧନୁଷ୍ ସାକ୍ଷାତକାରରେ କହିଛନ୍ତି , ‘ମୁଁ ଏକ କଂଚା ଧାତୁ ପରି ଥିଲି । ମୋ ପିତା ଓ ମୋ ଭାଇ ମୋତେ ଚିକ୍କଣ କରିଥିଲେ । ମୁଁ ଏବେବି ଭାବି ପାରେନି, ସେମାନେ ମୋ ଏମିତି କଣ ଦେଖିଲେ , ଯାହା ମୁଁ ଜାଣିପାରିନଥିଲି । ମୁଁ ନିଜକୁ ବହୁତ ଭାଗ୍ୟଶାଳୀ ମନେକରେ ।

ଧନୁଷ୍ କେବଳ ଜଣେ ଅଭିନେତା ନୁହଁନ୍ତି ଏହା ସହ ଜଣେ ଲେଖକ ,ନିର୍ଦ୍ଦେଶକ ଓ ଗାୟକ ରୂପରେ ସଫଳତା ପାଇଛନ୍ତି । ଲେଖକ ଓ ନିର୍ଦ୍ଦେଶକଙ୍କ ପରିବାରରୁ ଆସିଥିବା ଧନୁଷ୍ ସବୁବେଳେ ଲେଖାଲେଖିରେ ରୁଚି ଥିଲା । ଧନୁଷଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ପାୱର ପଣ୍ଡି’ ଚଳିତ ବର୍ଷ ବକ୍ସ ଅଫିସରେ ଖୁବ୍ ସଫଳତା ପାଇଛି । ଧନୁଷ ନିଜର ହଲିଉଡ୍ ଫିଲ୍ମ ‘ଦ ଏକ୍ସଟ୍ରା ଅଡିନାରୀ ଜର୍ଣ୍ଣି ଅଫ୍ ଦ ଫକିର୍’ ବିଷୟରେ କହିଛନ୍ତି ଯେ, ମୁଁ ଏହି ଫିଲ୍ମ ପୂର୍ବରୁ ହଲିଉଡର ୩ଟି ପ୍ରୋଜେକ୍ଟକୁ ମନା କରିଛି । ମୋତେ ଏହି ଫିଲ୍ମଟିର କାହାଣୀ ଖୁବ୍ ପସନ୍ଦ ଆସିଥିଲା । ଏହି ଫିଲ୍ମରେ ମୁଁ ଏକ ଯାଦୁକର ଭୂମିକାରେ ନିଭାଇଛି ।