ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ବଢିଲା ଅଡୁଆ : କୋର୍ଟରେ ହାଜର ହେଲେ ଧାମନଗର ବିଧାୟକ

57

ଭଦ୍ରକ : ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ବଢିଲା ଅଡୁଆ । ନିରଞ୍ଜନ ଜେନା ହତ୍ୟା ମାମଲାରେ ଭଦ୍ରକ ଜିଲ୍ଲା ଜଜ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାଙ୍କର ସାକ୍ଷ୍ୟ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

୨୦୦୨ ନଭେମ୍ବର ୩ ତାରିଖରେ ନିରଞ୍ଜନଙ୍କୁ ୨୦ରୁ ୨୫ ଜଣ ବ୍ୟକ୍ତି ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏମାନଙ୍କ ଭିତରେ ବିଜେଡିର ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ତାଙ୍କ ସହଯୋଗୀ ନେପାଳ ବାରିକଙ୍କ ନାଁ ରହିଥିବା ମଧ୍ୟ ଅଭିଯୋଗ ହେବା ପରେ କୋର୍ଟରେ ହାଜର ପାଇଁ ନୋଟିସ କରିଥିଲେ କୋର୍ଟ ।

ନିରଞ୍ଜନ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ମୁକ୍ତିକାନ୍ତଙ୍କ ସହ ଅନ୍ୟ ୫ଜଣଙ୍କ ନାଁ ନେଇଥିବା କୁହାଯାଉଛି । ଗତ ସେପ୍ଟେମ୍ବର ୧୯ ତାରିଖରେ ମୁକ୍ତିକାନ୍ତ ମଣ୍ଡଳଙ୍କୁ ପକ୍ଷଭୁକ୍ତ କରିବା ପାଇଁ ତଳ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :