ସୁଧୁରୁଛି ଭଦ୍ରକ ଧାମରା ବନ୍ଦରର ସ୍ଥିତି ! କମ୍ପାନୀ ପରିସରରେ ୬ପ୍ଲାଟୁନ ପୁଲିସ ମୂତୟନ

24

କନକ ବ୍ୟୁରୋ : ଅଦାନୀ ବିରୋଧରେ ଅସନ୍ତୋଷ । ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ସୁରକ୍ଷା ଦାୟିତ୍ୱରେ ୬ ଜଣ ଆଇଆଇସି ଅଛନ୍ତି । ଘଟଣାସ୍ଥଳରେ ଏସପି, ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ସ୍ୱାଭାବିକ ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିବ ।

ଏଥିରେ ଜିଲ୍ଲାପାଳ, ପୋଲିସ ପ୍ରଶାସନ ଓ କ୍ଷତିଗ୍ରସ୍ତ ପରିବାର ଉପସ୍ଥିତ ରହିବେ । ସୂୂଚନାଯୋଗ୍ୟ ଗତକାଲି ଅଦାନୀ କମ୍ପାନିର ଏକ କୋଇଲା ଗଦାକୁ ଘୋଡାଇବା ପାଇଁ ନିୟୋଜିତ ଶ୍ରମିକଙ୍କ ଉପରେ ଧସି ପଡିଥିଲା କୋଇଲା । ଫଳରେ ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାପରେ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ ଉତ୍ୟକ୍ତ ଲୋକ ।