ଧାମରା ଗ୍ୟାସ୍ ପାଇପ୍ ଲାଇନ ପ୍ରକଳ୍ପ ଭୂମିପୂଜା ରାଜନୀତି : ବିଜେଡିର ପୋଷ୍ଟର ଚିରା, ସ୍ଥାନୀୟ ବିଧାୟକ କହିଲେ ବିଜେପିର ହାତ

36

କନକ ବ୍ୟୁରୋ : ଧାମରା ଏଲଏନଜି ଟର୍ମିନାଲ ଭୂମିପୂଜା ରାଜନୀତି । ଭୂମିପୂଜାରେ ଯୋଗଦେବାକୁ ସମ୍ମତି ଦେଇ ଶେଷରେ ଗଲେନି ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଧାମରା ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ନାହିଁ ବୋଲି କୁହାଯାଇଛି । ଧାମରାରେ ଏଲଏନଜି ଟର୍ମିନାଲ ଭୂମିପୂଜାରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିମନ୍ତ୍ରଣ କରିଥିଲେ ।

୬ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ଧାମରାରେ ହେବ ଏଲଏନଜି ଟର୍ମିନାଲ୍ । ପ୍ରଥମେ ଭୂମିପୂଜାରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଶେଷରେ ମନା କରିଦେଇଥିଲେ ।ସେପଟେ ଧାମରାରେ ବିଜେଡିର ପୋଷ୍ଟର ଚିରାଯାଇଛି । ଧାମରାରେ ବିଜେଡିର ବିଭିନ୍ନ ପୋଷ୍ଟର ଲାଗିଥିଲା । ଏହାକୁ କିଏ ଚିରିଛି ତାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏହାକୁ ବିଜେପି ଚିରିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ବ୍ୟୋମକେଶ ରାୟ ।

ଦେଖନ୍ତୁ ଏହି ଭିଡ଼ିଓ –