ଆଜି ସରୁଛି ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳଙ୍କ ରିମାଣ୍ଡ ଅବଧି ! ପୁଲିସକୁ ମିଳିଛି ବିଜନ ପାଲ ଆକ୍ରମଣର ଖିଅ, ପୁଣି ରିମାଣ୍ଡରେ ନେଇପାରେ ପୋଲିସ

31

କନକ ବ୍ୟୁରୋ: ଆଜି ସରୁଛି ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳଙ୍କ ରିମାଣ୍ଡ । ବିଜନ ପାଲ ଗୁଳିକାଣ୍ଡ ଘଟଣାରେ ସୁଶାନ୍ତ ଓ କର୍ପୋରେଟର ରଂଜିତା ବିଶ୍ୱାଳଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି । ପୁଣି ଅଧିକ ଦିନ ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ କମିଶନରେଟ୍ ପୋଲିସ ।

ଗତକାଲି କଟକ ସଦର ଥାନାରେ ସୁଶାନ୍ତ ଓ ରଂଜିତାଙ୍କୁ ମୁହାଁମୁହିଁ ଜେରା କରିଥିଲା ପୋଲିସ । ଏହି ପଚରା ଉଚରାରୁ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ ତଥ୍ୟ ମିଳିଥିବା ଜଣାପଡିଛି । ବିଜନ ପାଲ ଗୁଳିକାଣ୍ଡର ଅଭିଯୁକ୍ତକୁ ପିସ୍ତଲ ଓ ଗୁଳି ପାର୍ସଲ ଦେଇଥିବା ରଞ୍ଜିତା ସ୍ୱୀକାର କରିଛନ୍ତି । ବାଲେଶ୍ୱର ଜେଲରେ ଥିବା ସୁଶିଲକୁ ଭେଟିବାକୁ ରଞ୍ଜିତା ବାରମ୍ବାର ଯାଉଥିବା ମଧ୍ୟ ପୋଲିସକୁ କହିଛନ୍ତି । ଏହା ସହଧଳସାମନ୍ତ ଭ୍ରାତାଙ୍କ ବାପାଙ୍କ ଦେଖାଶୁଣା କରିବାକୁ ରଞ୍ଜିତା ଅନେକ ଥର ସିଡିଏ ଯାଇଥିବା ମଧ୍ୟ କହିଛନ୍ତି ।

 

DON

ଅନ୍ୟପଟେ ପୋଲିସକୁ ଅନ୍ୟ ୪ ଜଣ ସହଯୋଗୀ ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ସୁଶାନ୍ତ ଧଳସାମନ୍ତ । ଯେଉଁ ବ୍ୟକ୍ତି ରଞ୍ଜିତାଙ୍କୁ ପିସ୍ତଲ ଓ ଗୁଳି ଆଣି ଦେଇଥିଲା ତା’ ନାଁ ବି ଉଭୟ ପୋଲିସକୁ କହିଛନ୍ତି । ସେମାନଙ୍କୁ ଚିହ୍ନଟ କରିଥିବା ବେଳେ ଖୁବ୍ ଶୀଘ୍ର ଗିରଫ କରିବାକୁ ପୋଲିସ ଯୋଜନା କରୁଥିବା ଜଣାପଡିଛି ।