ରିଲିଜ୍ ହେଲା ବହୁପ୍ରତୀକ୍ଷିତ ସିନେମା ଧଡକର ଟ୍ରେଲର୍ ! ଦେଖିବାକୁ ମିଳିବ ଜାହ୍ନବୀ ଏବଂ ଇଶାନଙ୍କ ଜବରଦସ୍ତ କେମେଷ୍ଟ୍ରୀ । 

85

ଶେଷରେ ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । କିଛି ସମୟ ପୂର୍ବରୁ ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଧଡକ’ର ଟ୍ରେଲର ଲଂଚ କରାଯାଇଛି । ଏହା ହୋଇଛି ସୁପରହିଟ ମରାଠୀ ଫିଲ୍ମ ‘ସୈରାଟ’ର ହିନ୍ଦୀ ରିମେକ୍।

ଫିଲ୍ମର କାହଣୀ ଅନର କିଲିଂ ଉପରେ ଆଧାରିତ । ଏହା ମରାଠୀ ଫିଲ୍ମର ରିମେକ୍ ସତ କିନ୍ତୁ ଫିଲ୍ମରେ ଅନେକ ନୂତନତ୍ୱ ରହିଛି । ଫିଲ୍ମର ପୃଷ୍ଠଭୂମି ରାଜସ୍ଥାନ ରହିଛି । ଟ୍ରେଲରରେ ଇଶାନ ଏବଂ ଜାହ୍ନବୀଙ୍କ କେମେଷ୍ଟ୍ରୀ ଖୁବ୍ ଜବରଦସ୍ତ ରହିଛି । ଇଶାନ ଏବଂ ଜାହ୍ନବୀଙ୍କ ଚମତ୍କାର ଅଭିନୟ ଫିଲ୍ମକୁ ଆହୁରି ସୁନ୍ଦର କରିଛି । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମ ୨୦ ଜୁଲାଇରେ ରିଲିଜ ହେବ । ତେବେ ଜାହ୍ନବୀ ଇତି ଅବସରରେ ମା’ ଶ୍ରୀଦେବୀଙ୍କୁ ମଧ୍ୟ ମନେ ପକାଇଛନ୍ତି ।