ଆଜି ପରଦାକୁ ଆସୁଛି ବଲିଉଡ୍ ମୁଭି “ଧଡ଼କ” ! ପ୍ରଥମ ଫିଲ୍ମରେ ଜାହ୍ନବୀ-ଇଶାନ ଯୋଡ଼ିର କେମେଷ୍ଟ୍ରି ଅପେକ୍ଷାରେ ଫିଲ୍ମପ୍ରେମୀ ।

54

ଆଜି ରିଲିଜ୍ ହେଉଛି ବଲିଉଡ୍ ଫିଲ୍ମ “ଧଡ଼କ’ । ଏହି ଫିଲ୍ମ ଜରିଆରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ତାଙ୍କର ପ୍ରଥମ ଡେବ୍ୟୁ କରୁଛନ୍ତି । ଜାହ୍ନବୀଙ୍କ ଅପୋଜିଟରେ ଅଛନ୍ତି ଶାହିଦ କପୁରଙ୍କ ଭାଇ ଇଶାନ୍ ଖଟ୍ଟର । ତେବେ ରିଲିଜ ପୂର୍ବରୁ ଫିଲ୍ମର ଏକ ଇମୋସନାଲ ସିନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସିନରେ ଜାହ୍ନବୀ କାନ୍ଦିବା ସହ ଘର ଓ ମା’ଙ୍କ କଥା ବହୁତ ମନେ ପଡୁଥିବା କହୁଛନ୍ତି । ଇଶାନ ତାଙ୍କୁ ସବୁ ଠିକ ହୋଇଯିବା କଥା କହି ଆଶା୍ୱସନା ଦେଉଛନ୍ତି । ସେପଟେ ମୁମ୍ବାଇ ଫେରିଲେ ଇଶାନ, ଜାହ୍ନବୀ । ଫିଲ୍ମ ପ୍ରମୋସନର କାମ ସାରି ମୁମ୍ବାଇ ଫେରିଛନ୍ତି ଏହି ଦୁଇଷ୍ଟାର । ମୁମ୍ବାଇ ଏୟାରପୋର୍ଟରୁ ଏହି ଦୁଇଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା ।

ଏୟାରପୋର୍ଟରେ ଦୁଇ ଷ୍ଟାରଙ୍କ ମଜା କରୁଥିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ଧଳାରଙ୍ଗର ଡ଼୍ରେସରେ ଜାହ୍ନବୀଙ୍କ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ତେବେ ଧଡ଼କ ଉପରେ ଜାହ୍ନବୀଙ୍କ କ୍ୟାରିୟର ନିର୍ଭର କରୁଥିବା କୁହାଯାଉଛି ।