ରିଲିଜ୍ ହେଲା ‘ଧଡକ୍’ର ଆଉ ଏକ ଗୀତ ! ଦେଖାଗଲା ମରାଠୀ ଫିଲ୍ମ ସାଇରାତର ମ୍ୟୁଜିକ୍ ।

133

୨୦୧୮ ବହୁଚର୍ଚ୍ଚିତ ଫିଲ୍ମରେ ‘ଧଡକ’ ଫିଲ୍ମର ନାଁ ମଧ୍ୟ ରହିଛି । ଏହି ଫିଲ୍ମର ନୂଆ ଗୀତ ରିଲିଜ ହୋଇଛି । ଯେଉଁଥିରେ ଜାହ୍ନବୀଙ୍କୁ ନେଇ ଈଶାନଙ୍କ ଭଲ ପାଇବା ପରିଷ୍କାର ନଜର ଆସିଛି ।ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ଫିଲ୍ମ ଧଡକ’ର ଆଉ ଏକ ଗୀତ ରିଲିଜ ହୋଇଛି । ଯେଉଁଥିରେ ଜାହ୍ନବୀଙ୍କ ପାଇଁ ଈଶାନଙ୍କ ଜବରଦସ୍ତ ରୋମାଂଟିକ କେମେଷ୍ଟ୍ରି ନଜର ଆସିଛି । ଜାହ୍ନବୀଙ୍କୁ ଦେଖା କରିବା ପାଇଁ ସେ ସମସ୍ତ ପ୍ରୟାସ କରିଛନ୍ତି ଯାହା ସବୁ ପ୍ରେମୀ କରି ଥାଆନ୍ତି ।

ଏହି ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ୟ୍ୟ ଏବଂ ଫିଲ୍ମର ସଂଗୀତ ମରାଠି ସଙ୍ଗୀତକାର ଅଜୁଲ ଅତୁଲ ଦେଇଛନ୍ତି । ଏହି ଗୀତକୁ ଅଜୟ ଗୋଗାବଲି ଗାଇଛନ୍ତି । ଏହି ଫିଲ୍ମ ଜାହ୍ନବୀଙ୍କର ଡେବ୍ୟୁ ଫିଲ୍ମ ଅଟେ । ଏହି ଫିଲ୍ମ ମାଧ୍ୟମରେ ସେ ଈଶାନଙ୍କ ସହ ପ୍ରଥମ ଥର ନଜର ଆସିବେ । ଏହା ପୂର୍ବରୁ ଈଶାନ ବିୟୋଣ୍ଡ ଦ କ୍ଲାଉଡସରେ ନଜର ଆସିଥିଲେ ଏବଂ ଧଡକ ତାଙ୍କର ଦ୍ୱିତୀୟ ଫିଲ୍ମ ଅଟେ ।