ଆଜି ବଡ ଓଷା : ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ସ୍ୱତନ୍ତ୍ର ଗଜ ପିଠା ଲାଗି

240

କନକ ବ୍ୟୁରୋ : କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀରେ ବଡ ଓଷା ଅତି ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷା ପାଳନ ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ ‘ଗଜପିଠା’ କୁହାଯାଏ । ଗଜ ପିଠା ଦେଖିବାକୁ ପୂରା ଧଳା ଧବଳ । ଅରୁଆ ଚାଉଳ ଚୂନାରେ ଅଥାରବସା ଗଜ ପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କ ଅର୍ପଣ ପରେ ବ୍ରତଧାରୀ, ଭକ୍ତ ଓ ଶଦ୍ଧାଳୁମାନେ ସେବନ କରନ୍ତି । ବଡ ଓଷାର ମହିମା ପୁରାରରେ ବର୍ଣ୍ଣତ । ଏକଦା ଶିବଙ୍କ ଦର୍ଶନ ପାଇଁ ନାରଦ ମୁନି କୈଳାସରେ ପହଞ୍ଚିଥିଲେ । ମହାଦେବଙ୍କ ଦର୍ଶନ ହେଲା । ଶିବ ଉକ୍ତମାନଙ୍କ ଦୁଃଖ ଦୁର୍ଦଶା ସଂପର୍କରେ ନାରଦ ମହାଦେବ ଅବଗତ କରାଇଲେ ।

ଉକ୍ତଙ୍କ ଦୁଃଖ ଦୂର ହେବାର ଉପାୟ ପାଇଁ ପ୍ରାର୍ଥନା କଲେ । କାର୍ତ୍ତିକ ଶୁଳ୍କ ଚତୁର୍ଦଶୀରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ ମହାଦେବ କହିଲେ । ସେହି ଦିନଠାରୁ ମର୍ତ୍ତବାସୀ ନିଷ୍ଠାର ସହ ବଡ ଓଷା ପାଳନ କରିଆସୁଛନ୍ତି । ବଡ ଓଷାର ମୁଖ୍ୟ ପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳଶ୍ୱେର । ବ୍ରହ୍ମାଙ୍କ ଦ୍ୱାରା ଶାପ ଗ୍ରସ୍ତ ହେବା ପରେ ଦେବରାଜ ଇନ୍ଦ୍ର ଧବଳଶ୍ୱେର ପୀଠକୁ ଆସି ଶାପମୁକ୍ତ ହୋଇଥିବା ପୁରାଣରେ ବର୍ଣ୍ଣିତ ।