ଲାଲଗଡରେ ଡିଜିପି ! ବିଚ୍ଛିନ୍ନାଂଚଳରେ ସ୍ଥିତି ଅନୁଧ୍ୟାନ କଲେ ପୁଲିସ୍ ମୁଖିଆ ଆରପି ଶର୍ମା

21

କନକ ବ୍ୟୁରୋ: ଲାଲଗଡରେ ଡିଜିପି । ମାଲକାନଗିରି ବିଚ୍ଛିନ୍ନାଂଚଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ଡିଜି ଆରପି ଶର୍ମା । ବଡପଡା ଓ କୁନ୍ତୁରୁପଦର କ୍ୟାମ୍ପର ସମୀକ୍ଷା କରିଛନ୍ତି ପୁଲିସ ମୁଖିଆ । ବିଏସଏଫ ଆଇଜି, ବିଏସଏଫ ଡିଆଇଜି, ଆଇଜି ଅପରେସନ, ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି, ମାଲକାନଗିରି ଓ କୋରାପୁଟ ଏସପି ମଧ୍ୟ ପୁଲିସ ଡିଜିଙ୍କ ସହ ଉପସ୍ଥିତ ରହିଥିଲେ । ଏହି ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଅଚାନକ ଗସ୍ତ କରି ବିଚ୍ଛିନ୍ନାଂଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ଡିଜି ଆରପି ଶର୍ମା ।

ଓଡ଼ିଶା ପୁଲିସ ପକ୍ଷରୁ ମାଓ ବିରୋଧୀ ଅଭିଯାନ ଜୋରଦାର କରାଯିବ । ମାଓ ଉପଦ୍ରୁତ ଅଞ୍ଚଳରେ ସାଧାରଣଲୋକ ଯେଭଳି ଅପେରସନ ସମୟରେ ଅସୁବିଧାରେ ନ ପଡ଼ିବେ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯିବ । ଏନେଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ଓଡ଼ିଶା ପୁଲିସର ଶୀର୍ଷ ଅଧିକାରୀ । ମାଓ ଉପଦ୍ରୁତ ମାଲକାନାଗିରି ଜିଲ୍ଲାରେ ମାଓ ବିରୋଧି ଅପେରେସନ କିପରି ଚାଲିଛି ତାହାର ସରଜମିନ ସମୀକ୍ଷା କରିଛନ୍ତି ଓଡ଼ିଶା ପୁଲିସ ଡ଼ିଜି ଡ଼ା.ଆର୍.ପି ଶର୍ମା । ସେ ଗୁରୁବାର ମାଲକାନାଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଗସ୍ତ କରିଥିଲେ ।

ଏହି ଗସ୍ତ ସମୟରେ ତାଙ୍କ ସହ ବିଏସଏଫର ଏଡ଼ିଜି ଏବଂ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ସାମିଲ ଥିଲେ । ଡ଼ିଜିପି ଶର୍ମା ବିଚ୍ଛିନ୍ନାଞ୍ଚଳର ଜୋଡ଼ାମ୍ବୋ କ୍ୟାମ୍ପ ପରିଦର୍ଶନ କରିଥିଲେ । ମାଓ ଉପଦ୍ରୁତ ଅଞ୍ଚଳରେ କିଭଳି ଭାବରେ ଅଧିକ ସୁରକ୍ଷା କର୍ମି ନିଯୁକ୍ତ ହେବେ ତାହା ସେ ସ୍ଥାନୀୟ ଅଧିକାରୀମାନଙ୍କ ସହ ଅଲୋଚନା କରିଥିଲେ । ଏଥି ସହ ଘଞ୍ଚ ଜଙ୍ଗଲ ଭିତରକୁ ଅପରେସନ ଲାଗି ଯାଉଥିବା ସୁରକ୍ଷା କର୍ମୀମାନଙ୍କୁ କିଭଳି ଗୁଳିଗୋଳା ଓ ଖାଦ୍ୟପାନୀୟ ଯୋଗାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ।