ଡିଜିପି ଅଫିସ ସମ୍ମୁଖରେ ଧସ୍ତାଧସ୍ତି : ବ୍ୟାରିକେଡ୍ ଭାଙ୍ଗିବା ବେଳେ ପୁଲିସ ଓ ବିଜେପି କର୍ମୀ ମୁହାଁମୁହିଁ

27

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଡିଜିପି ଅଫିସ ଘେରାଉ ବେଳେ ଧସ୍ତାଧସ୍ତି । ପୁଲିସ ମୁଖ୍ୟାଳୟ ସମ୍ମୁଖ ବ୍ୟାରିକେଡ୍ ଭାଙ୍ଗିବା ବେଳେ ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ବିଜେପି କର୍ମୀ । ବନ୍ଦ ପାଳନ ବେଳେ ବିଜେଡି ଗୁଣ୍ଡାରାଜର ପ୍ରତିବାଦରେ ଆଜି ଡିଜିପି ଅଫିସ୍ ଘେରାଉ କରୁଛି ବିଜେପି । ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ନେତାଜୀ ସଂଗ୍ରହାଳୟ ନିକଟରୁ ଶୋଭାଯାତ୍ରାରେ ଆସି ପୁଲିସ ମୁଖ୍ୟାଳୟ ଘେରାଉ କରିଛନ୍ତି ବିଜେପିର ନେତା ଓ କର୍ମୀ । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :