ଜୟପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅପରାଧୀଙ୍କ ସୁରାକ ପାଉନି ପୋଲିସ : ଡିଜି କହିଲେ, ସୁରକ୍ଷାକର୍ମୀଙ୍କ କ୍ୟାମ୍ପରେ ଚାଲିଛି ଯାଂଚ

24

କନକ ବ୍ୟୁରୋ : କୋରାପୁଟ କୁନ୍ଦୁଲିଠାରେ ହୋଇଥିବା ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଂଚ ଜାରି ରଖିଛି ଛାନଭିନ୍ । ଯବାନ ପୋଷାକରେ ଥିବା ବଲାକ୍ରାରୀ ଦୁର୍ବୃତଙ୍କୁ ଖୋଜିବାରେ ଲାଗି ପଡିଛି ପୁଲିସ । କ୍ୟାମ୍ପରୁ କ୍ୟାମ୍ପ ବୁଲି ସୁରକ୍ଷାକର୍ମୀଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରୁଥିବା କହିଛନ୍ତି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ପୁଲିସ ମଧ୍ୟ ତଦନ୍ତ ଜାରି ରଖିଥିବା କହିଛନ୍ତି କୋରାପୁଟ ଏସପି ଡାକ୍ତର କନୱର ସିଂହ । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଅଗ୍ରାଧିକାର ଭିତିରେ ତଦନ୍ତ ଚାଲିଛି । ଖୁବଶ୍ରୀଘ୍ର ପୀଡିତାଙ୍କ ମେଡିକାଲ ରିପୋର୍ଟ ହସ୍ତଖତ ହେବ ବୋଲି ସେ କହିଛନ୍ତି ।

କୋରାପୁଟଠାରେ କ୍ରାଇମବ୍ରାଂଚ ଟିମ୍ ସହାୟତାରେ ତଦନ୍ତ ଆଗକୁ ଯିବ ଏବଂ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ଫୋରସେନିକ ଟିମ୍ ଓ ବ୍ରହ୍ମପୁର ଏଫଏମଟି ବିଶେଷଜ୍ଞମାନେ ଘଟଣାସ୍ଥଳରେ ବିଭିନ୍ନ ଦିଗକୁ ନେଇ ଛାନଭିନ୍ କରୁଛନ୍ତି । ଗଣଦୁଷ୍କର୍ମ ଘଟଣାରେ କୁନ୍ଦୁଲିଠାରେ ଚାଲିଥିବା ୩୩ ଘଂଟାର ରାସ୍ତାରୋକ ଗତକାଲି ରାତିରେ ହଟିଥିଲା । କ୍ରାଇମବ୍ରାଂଚ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନକାରୀମାନେ ରାସ୍ତାରୋକରୁ ହଟିିଥିଲେ ।