ଆକ୍ରମଣ ୮ ଦିନ ପରେ ସଫେଇ ରଖିଲା ପାକ୍ ସେନା: କହିଲା, ପୁଲୱାମା ହମଲାରେ ନାହିଁ ପାକିସ୍ତାନର ହାତ

ପ୍ରେସମିଟରେ ଦମ୍ଭୋକ୍ତି, ଭାରତ ଆକ୍ରମଣ କଲେ ଦିଆଯିବ କଡ଼ା ଜବାବ

306

କନକ ବ୍ୟୁରୋ: ପୁଲୱାମା ଆତଙ୍କୀ ହମଲାର ୮ ଦିନ ପରେ ପାକ୍ ସେନାର ପ୍ରେସମିଟ୍ । ପୁଲୱାମା ଆକ୍ରମଣରେ ପାକିସ୍ତାନର କୌଣସି ସଂପର୍କ ନାହିଁ ବୋଲି ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ପାକ୍ ସେନା ମେଜର ଜେନେରାଲ ଆସିଫ ଗଫୁର । ଏହା ସହିତ ଚିରାଚରିତ ଢଙ୍ଗରେ କହିଛନ୍ତି, ବିନା ପ୍ରମାଣରେ ପାକିସ୍ତାନ ବିରୋଧରେ ମିଛ ଅଭିଯୋଗ କରୁଛି ଭାରତ । ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉନାହୁଁ, କିନ୍ତୁ ଭାରତୀୟ ସେନାର ପ୍ରତିଟି ହାଲଚଲର ଜବାବ ଦେବା ପାଇଁ ପ୍ରସ୍ତୁତ ଅଛୁ । ପୁଲୱାମା ହମଲାର ଆତ୍ମଘାତି ଆକ୍ରମଣକାରୀ ଆଦିଲ ଅହମ୍ମଦକୁ କାଶ୍ମୀର ଯୁବକ କହି, ମମାଲାରୁ ହାତ ସଫା କରିବାକୁ ଉଦ୍ୟମ କରିଛି ପାକିସ୍ତାନ ।

ସେପଟେ, ଭାରତ ଆତଙ୍କବାଦରେ ପୀଡିତ ବୋଲି କହିଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦ । ତେଣୁ ପୁଲୱାମା ଆତଙ୍କବାଦୀ ହମଲାର ଶିକାର ହୋଇଥିବା  ଯବାନମାନଙ୍କୁ ନ୍ୟାୟ ଦେବା ପାଇଁ ସଦସ୍ୟ ରଷ୍ଟ୍ରମାନେ ନୂଆଦିଲ୍ଲୀକୁ ଏହି ପ୍ରସଙ୍ଗରେ ସାହାର୍ଯ୍ୟ ସହଯୋଗ କରନ୍ତୁ । ସଦସ୍ୟ ରାଷ୍ଟ୍ରମାନଙ୍କୁ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏହି ଅପିଲ କରାଇଛି । ଏହା ଭାରତକୁ ଆଶ୍ୱାସନା ଦେଇଥିବା ବେଳେ ପାକିସ୍ତାନ ଏବଂ ଚୀନ ନିରାଶ କରିଛି ।

ପାକିସ୍ତାନରୁ ସଂଗଠନ ଚଲାଇଥିବା ଜୈସ-ଇ-ମହମ୍ମଦଙ୍କୁ ମଧ୍ୟ ପୁଲାୱାମା ଆକ୍ରମଣ ପାଇଁ ମିଳିତ ଜାତିସଂଘ ନିନ୍ଦା କରିଛି । ପୁଲୱାମା ଆତକଙ୍କବାଦୀ ହମଲା ପାଇଁ ଆତଙ୍କବାଦୀ ସଂଗଠନକୁ ଦାୟୀ କରାଯିବା ସହ ପ୍ରାଣ ହରାଇଥିବା ଯବାନମାନଙ୍କ ପରିବାରକୁ କିପରି ନ୍ୟାୟ ମିଳି ପାରିବ ସେଦିଗରେ କାମ କରିବା ଉପରେ ଗୁରୁତ୍ୱ ଦେଇଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ।