ବାଲିଗୁଡାରେ ପୁଲିସ୍ ଡିଜି ! ବାରଖମାରେ ହୋଇଥିବା ମାଓହମଲାର କଲେ ସମୀକ୍ଷା

19

କନକ ବ୍ୟୁରୋ : କନ୍ଧମାଳରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ବାଲିଗୁଡା ବାରଖମାରେ ଦୁଇ ଦିନ ତଳେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଂଟର ଘଟଣାର ସମୀକ୍ଷା କରିଛନ୍ତି ପୁଲିସ ଡିଜି । ରାଜେନ୍ଦ୍ର ଶର୍ମା, ପବନ ହଂସ ହେଲିକପ୍ଟର ଯୋଗେ ବାଲିଗୁଡାରେ ପହଂଚିଥିଲେ । ସେଠାରୁ ସେ ବାରଖମା ଫାଣ୍ଡିରେ ପହଂଚି ଯବାନଙ୍କ ସହ ଆଲୋଚନା କରିବା ପରେ ବାଲିଗୁଡାରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁପ୍ତ ବୈଠକ କରିଛନ୍ତି ।

ଏହି ବୈଠକରେ କନ୍ଧମାଳ ଏସପି, ଦକ୍ଷିଣାଂଚଳ ଆଇଜି, ଅପରେସନ୍ ଆଇଜି, ଗୁଇନ୍ଦା ବିଭାଗର ଆଇଜିଙ୍କ ସମେତ ସିଆରପିଏଫ, ଡିଭିଏଫ ଓ ଏସଓଜିର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ବାଲିଗୁଡା ବାରଖମାରେ ପୁଲିସ ମାଓବାଦୀ ମୁହାଁମୁହିଁରେ ଲାଲବାହିନୀର ନୂଆ ସଂଗଠନ କେ.କେ.ବି.ଏନ ମାଓ ଡିଭିଜନର ମାଓ ନେତ୍ରୀର ମୃତ୍ୟୁ ହୋଇଥିଲା । ଏହାସହ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ ସୁରକ୍ଷା କର୍ମୀ ।