ପାଟଣାଗଡ ପାର୍ସଲ ବୋମା ଘଟଣାରେ ବଢୁଛି ସନ୍ଦେହ : ଡିଜି କହିଲେ, ସବୁଦିଗରୁ ଚାଲିଛି ତଦନ୍ତ

31

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନେଇ ଦିନକୁ ଦିନ ବଢୁଛି ସନ୍ଦେହ । ଆଜି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ସେ କହିଛନ୍ତି, ପୋଲିସ ଘଟଣା ନେଇ ସବୁଦିଗରୁ ତଦନ୍ତ ଚାଲିଛି । ଦୁଇଟି ଟିମ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଛନ୍ତି । ଗୋଟିଏ ଟିମ ଛତିଶଗଡର ରାୟପୁର ଯାଇଛିା ପାର୍ସଲ କିଏ ପଠାଇଥିଲା ସେ ନେଇ ତଦନ୍ତ ଚାଲିଛି । ସୂଚନାଯୋଗ୍ୟ ପାଟଣାଗଡାର ନବ ଦମ୍ପତିକୁ ପାର୍ସଲ ବୋମା ଆସିଥିଲା । ବୋମା ବିସ୍ଫୋରଣ ହେବା ଫଳରେ ପୁଅ ଓ ତାଙ୍କ ଜେଜେମାଙ୍କ ମତ୍ୟୁ ହୋଇଥଇବାବେଳେ ଏସସିବିରେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବୋହୂ । ପୋଲିସ ଘଟଣାର ଛାନଭିନ ଚଳାଇଛି । କିନ୍ତୁ ଅସଲ ଦୋଷୀ କିଏ ସେ ନେଇ ତଦନ୍ତ ଚାଲିଛି । ସେପଟେ ପାଟଣାଗଡ ଆଇଆଇସି କଗିଛନ୍ତି, ପାର୍ସଲ ବୋମା ରାୟପୁରରୁ ହିଁ ଆସିଛନ୍ତି ତଦନ୍ତରୁ ଜଣାପଡିଛି ।

ପାଟଣାଗଡ ନବଦମ୍ପତିଙ୍କୁ ବୋମ ଉପହାର ଘଟଣାର ୫ଦିନ ପରେ ବି ଅସ୍ପଷ୍ଟ ଚିତ୍ର । କିଏ କାହିଁକି ଏପରି କାଣ୍ଡ ଭିଆଇଲା ସେ ନେଇ ସନ୍ଦେହ ଜାରି ବଢ଼ି ବଢ଼ି ଚାଲିଛି । ଗତକାଲି ସ୍ଥାନୀୟ ଅଂଚଳରେ ୨ଜଣ ସନ୍ଦିଗ୍ଧ ଯୁବକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିସ୍ଫୋରଣ ଦିନ ଦୁଇ ଯୁବକ ସ୍ଥାନୀୟ ଅଂଚଳରେ ବୁଲୁଥିବା ଅନେକ ଲୋକ ଦେଖିଛନ୍ତି ବୋଲି ପ୍ରକାଶ କରିଥିଲେ । ଅଧିକାଂଶ ସମୟରେ ସେମାନେ କୋରିୟର ଅଫିସରୁ ମୃତ ସୌମ୍ୟଶେଖରଙ୍କ ଘର ଥିବା ଅଂଚଳରେ ବୁଲା ବୁଲି କରୁଥିଲେ ବୋଲି ସ୍ଥାନୀୟ ଲୋକ ସୂଚନା ଦେଇଥିଲେ । ତେବେ ଏଯାଏଁ ପାର୍ସଲ ବୋମା କିଏ ପଠାଇଥିଲା ତା’ ଉପରୁ ପରଦା ଉଠିପାରିନି ।