ଆଇପିଏସ ସମ୍ମିଳନୀରେ ସାଧାରଣ ନିର୍ବାଚନ ନେଇ ଡିଜିଙ୍କ ବୟାନ ! କହିଲେ, ମୁକ୍ତ ଓ ଅବାଧ ନିର୍ବାଚନ ପୁଲିସ ପାଇଁ ବଡ ଚ୍ୟାଲେଂଜ

112

କନକ ବ୍ୟୁରୋ : ଆଇପିଏସ ସମ୍ମିଳନୀରେ ୨୦୧୯ ସାଧାରଣ ନିର୍ବାଚନ ନେଇ ଡିଜିଙ୍କ ବୟାନ । ନିର୍ବାଚନ ପରିଚାଳନା ନେଇ ପ୍ରସ୍ତୁତି ଆରମ୍ଭହୋଇଛି । ମୁକ୍ତ ଓ ଅବାଧ ନିର୍ବାଚନ ପୁଲିସ ପାଇଁ ବଡ ଚ୍ୟାଲେଂଜ ବୋଲି ଆରପି ଶର୍ମା କହିଛନ୍ତି । ନକ୍ସଲ ଦମନ ଜୋରଦାର ହେବ । ପୋଲିସ ଲୋକଙ୍କ ନିକଟତର ହେଉ ଓ ସ୍ୱଚ୍ଛତା ରଖି କାମ କରୁ ବୋଲି ଡିଜି କହିଛନ୍ତି । ନୂଆ ଆଇପିଏସ ଅଫିସରଙ୍କୁ ଉତ୍ସାହିତ କରିଛନ୍ତି ଡିଜିପି ।

ସୂଚନାଯୋଗ୍ୟ ଆଜିଠାରୁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ତିନି ଦିନିଆ ଆଇପିଏସ୍ ସମ୍ମିଳନୀ । ରାଜଧାନୀର ପୋଲିସ ଭବନରେ ହେଉଛି ଆଇପିଏସ୍ ସମ୍ମିଳନୀ । ଏହି ଆଇପିଏସ ସମ୍ମିଳନୀ ଆସନ୍ତା ୧୯ ଯାଏଁ ଚାଲିବ । ଏଥିରେ ବିଭିନ୍ନ ଜିଲ୍ଲାର ଏଡିଜି, ଏସପି, ଡିସିପି, ଆଇଜ, ଡିଆଇଜି, ତାଲିମ ନେଉଥିବା ଆଇପିଏସ୍ ଅଧିକାରୀ, ଆର୍ମଡ ପୁଲିସ ବାଟାଲିୟନର କମାଣ୍ଡାଣ୍ଟଙ୍କ ସହ ହୋମଗାର୍ଡ, ଅଗ୍ନିଶମ, ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଯୋଗ ଦେଇଛନ୍ତି ।