ଆଜି ପବିତ୍ର ଜାଗର : ଶିବଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଶୈବପୀଠ

ଜମିବାରେ ଲାଗିଛି ଭକ୍ତଙ୍କ ଗହଳି,ଲିଙ୍ଗରାଜରେ ରାତି ୧୦ଟାରେ ଉଠିବ ମହାଦୀପ

132

କନକ ବ୍ୟୁରୋ: ଆଜି ପବିତ୍ର ଜାଗର  । ପ୍ରଭୁ ଶିବଙ୍କ ପାଖରେ ଉଠିବ ମହାଦୀପ  । ମହାଦେବଙ୍କ ନିକଟରେ ଭକ୍ତିର ଦୀପ ପ୍ରଜ୍ୱଳନ କରିବେ ଶ୍ରଦ୍ଧାଳୁ  ।  ଶୈବପୀଠମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି  । ଶିବରାତ୍ରୀ ପାଳନ ପାଇଁ ସବୁ ଶିବମନ୍ଦିରରେ ପ୍ରସ୍ତୁତି ସରିଛି  । ମହାଦୀପ କେତେବେଳେ ଉଠିବ ସେନେଇ ସମୟ ନିର୍ଘଂଟ ବି ସରିଛି  ।

ନିର୍ଘଂଟ ଅନୁସାରେ,  ନୀତି ସମାପନ ପରେ ମନ୍ଦିରମାନଙ୍କରେ ମହାଦୀପ ଉଠିବ । ରାଜ୍ୟର ପ୍ରମୁଖ ଶୈବପୀଠମାନଙ୍କରେ ଜାଗର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । ଶ୍ରୀଲିଙ୍ଗରାଜ, ଶ୍ରୀ ଲୋକନାଥ, ପ୍ରଭୁ ଧବଳେଶ୍ୱର,  କପିଳାସ ମନ୍ଦିରରେ ଶୃଙ୍ଖଳିତ ଭାବେ ପୂଜାବିଧି ସମାପନ ପାଇଁ ବ୍ୟବସ୍ଥା କରାଯାଇଛି  । ଜାଗର ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି  । ଶୈବପୀଠମାନଙ୍କରେ ଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷାକର୍ମୀ ମାନେ ମୁତୟନ ହୋଇଛନ୍ତି  । ଏହାସହ କୌଣସି ପ୍ରକାର ଅଘଟଣ ଏଡ଼ାଇବା ପାଇଁ କଡ଼ା ନଜର ରଖାଯାଇଛି  ।