କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥୀରେ ଶ୍ରୀଜୀଉଙ୍କ ବାଙ୍କଚୁଡ ବେଶ ଅନୁଷ୍ଠିତ !

150

କନକ ବ୍ୟୁରୋ : କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥୀରେ ଶ୍ରୀଜୀଉଙ୍କ ବାଙ୍କଚୁଡ ବା ବାମନ ବେଶ ଅନୁଷ୍ଠିତ ହେଉଛି । ପଂଚୁକ ପାଇଁ ଶ୍ରୀମନ୍ଦିରରେ ବ୍ରତଧାରୀଙ୍କ ବେଶ ଭିଡ ଜମିଛି । ପଂଚୁକ ସମୟରେ ମହାପ୍ରଭୂଙ୍କ ସ୍ୱତନ୍ତ୍ର ବେଶ କରାଯାଉଥିବାବେଳେ ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଛି ।

ପ୍ରତ୍ୟେହ ଅବକାଶ ଓ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଅଳଙ୍କାର ସହିତ ଶୀତରୁତୁ ପାଇଁ ମସ୍ତକରେ ପାଟବସ୍ତ୍ରରେ ଟୋପି କରାଯାଇ ସ୍ୱର୍ଣ୍ଣକିଆ ଖଂଜାଯାଇ ତିନି ଠାକୁରଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଏ । ପଂଚୁକ ପାଇଁ ଶ୍ରୀମନ୍ଦିରରେ ହବିଶ୍ୟାଳୀ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ପଂଚୁକ ପାଂଚ ଦିନରେ ଶ୍ରଦ୍ଧାଳୁମାନେ ମହୋଦଧୀରେ ସ୍ନାନ କରି ଶ୍ରୀଜୀଉଙ୍କ ଦର୍ଶନ କଲେ ଅହେତୁକ ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।