‘ଦେବଦାସ’କୁ ୧୫ ବର୍ଷ ! ଅଭିନୟକୁ ଜୀବନ୍ତ କରିବାକୁ ସୁଟିଂ ପୂର୍ବରୁ ମଦ ପିଉଥିଲେ ଶାହାରୁଖ୍

46

ସଂଜୟ ଲୀଲା ଭନସାଲୀଙ୍କ ସୁପରହିଟ୍ ସିନେମା ‘ଦେବଦାସ’କୁ ପୁରିଲା ୧୫ ବର୍ଷ । ୨୦୦୨ରେ ରିଲିଜ୍ ହୋଇଥିବା ଏହି ସିନେମାରେ ଶାହାରୁଖ୍ ଖାନ୍, ମାଧୁରୀ ଦିକ୍ଷୀତ୍ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିନୟ କରିଥିଲେ । ସିନେମାର ପ୍ରତିଟି ଚିତ୍ର, ଚରିତ୍ର ଏବଂ ଡାଇଲଗ୍ ଆଜି ବି ସ୍ମରଣୀୟ ।

ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ୍ କୁମାରଙ୍କ ପରେ ଶାହାରୁଖଙ୍କ ହିଁ ବଡ ପରଦାର ସେହି ଦେବଦାସ୍ ବନି ଯାଇଥିଲେ ଯିଏ ଦର୍ଶକଙ୍କ ମନ ଆଉ ମୁଣ୍ଡରେ ଛାଇ ଯାଇଥିଲେ । ସିନେମାରେ ଶାହାରୁଖଙ୍କ ସହ ଐଶ୍ୱର୍ଯ୍ୟାଙ୍କ କେମେଷ୍ଟ୍ରି ଏବଂ ମାଧୁରୀଙ୍କ ଏକ ତରଫା ପ୍ରେମର ଭିନ୍ନ ଏକ ରଙ୍ଗ ପରଦା ଉପରେ ଦେଖାଇଥିଲେ ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲୀ ।

ସିନେମାରେ ଶାହାରୁଖଙ୍କ ଅଭିନୟ ଖୁବ୍ ପ୍ରଶଂସିତ ହୋଇଥିଲା । କିନ୍ତୁ କିଙ୍ଗ୍ ଖାନଙ୍କ ପାଇଁ ଏହି ଚରିତ୍ରକୁ ପରଦା ଉପରେ ନିଖୁଣ ଭାବରେ ଦେଖାଇବା ଏତେ ସହଜ ନଥିଲା । ସିନେମାର ଅନେକ ସିନରେ ସେ ଜଣେ ମଦ୍ୟପ ଭାବରେ ନଜର ଆସିଛନ୍ତି । ତେଣୁ ଏହି ସବୁ ସିନ୍ ଗୁଡିକ ରିୟଲ୍ ଲାଗିବା ପାଇଁ ସୁଟିଂ ପୂର୍ବରୁ ମଦ ପିଉଥିଲେ ଶାହାରୁଖ୍ । ତେବେ ଏଥିରୁ ସ୍ୱଷ୍ଟ ପ୍ରମାଣତ ହେଉଛି ଅଭିନେତା ହେବା ଏବଂ ନିଜ ଅଭିନୟକୁ ଜୀବନ୍ତ କରିବା ସହଜ କଥା ନୁହେଁ । ସେଥିପାଇଁ ତ ବଲିଉଡର କିଛି ତାରକାଙ୍କୁ ସଲାମ୍ କରନ୍ତି ଦେଶବାସୀ ।