ଦେବସ୍ନାନ ପୂର୍ଣ୍ଣିମାରେ ପ୍ରଭୁଙ୍କ ଗଣପତି ବେଶ

50

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତି ସ୍ନାନ ମଣ୍ଡପରେ ବିରାଜମାନ କରନ୍ତି । ଏହି ମଣ୍ଡପରେ ଠାକୁରଙ୍କର ଗଜାନନ ବେଶ ହୋଇଥାଏ । କିମ୍ବଦନ୍ତି ଅନୁଯାୟୀ ପଂଚଦଶ ଶତାଦ୍ଦୀରେ ମରାଠା ମହାଗାଣପତ୍ୟ ସଂପ୍ରଦାୟର ବ୍ରାହ୍ମଣ ପଣ୍ଡିତ ଶ୍ରୀ ଗଣପତି ଭଟ୍ଟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ । ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତିଙ୍କୁ ସେ ଦର୍ଶନ କଲେ ସତ ,ହେଲେ ତାଙ୍କ ମନ ବୁଝିଲା ନହିଁ । କାରଣ ସେ ମହାପ୍ରଭୁଙ୍କୁ ଗଣପତି ବେଶରେ ଦେଖିବାକୁ ଚାହୁଁଥିଲେ । ଦୁଃଖରେ ଫେରିଯାଉଥିବା ବେଳେ ଶୂନ୍ୟବାଣୀ ହେଲା । ମହାପ୍ରଭୁ ଜଗନ୍ନାଥ କୃଷ୍ଣ ଗଣପତି ରୂପରେ ଓ ପ୍ରଭୁ ବଳଭଦ୍ର ଧବଳ ଗଣପତି ରୂପରେ ଦର୍ଶନ ଦେଇଥିଲେ । ସେହି ଦିନଠାରୁ ଶ୍ରୀ ଗଣପତି ଭଟ୍ଟଙ୍କ ‘ ଗଣପତି ବେଶ’ ସ୍ମାରକୀ ସ୍ୱରୂପ ଏହି ବେଶ ହୋଇଆସୁଛି । ଦେବସ୍ନାନ ପୂର୍ଣିମାରେ ପ୍ରଭୁଙ୍କର ଗୋଟିଏ ଭୋଟ ହୁଏ । ଭୋଗ ପରେ ଦର୍ଶନ ପାଇଁ ସର୍ବସାଧାରଣଙ୍କୁ ଅନୁମତି ଦିଆଯାଏ ।