ଲଂଚ ହେଲା ସବୁଠାରୁ ଶସ୍ତା ଏଲସିଡି ଟିଭି ! ୧୯ ଇଂଚ ସ୍କ୍ରିନ୍‌ ସହ ମୂଲ୍ୟ ରହିଛି ମାତ୍ର ୩୯୯୯

297

ଶସ୍ତା ଫୋନ୍ ଫିଚର ତିଆରି କରୁଥିବା କମ୍ପାନୀ ଡିଟଲ ମୋବାଇଲ ଆଣ୍ଡ ଏସେସେରିଜ ଆଣିଛି ସବୁଠାରୁ ଶସ୍ତା ଏଲସିଡି ଟିଭି । ମଙ୍ଗଳବାର ‘ଡିଟଲ’ ନାମକ ଏହି କମ୍ପାନି ସବୁଠାରୁ ଶସ୍ତା ଏଲସିଡି ଟିଭିକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ତେବେ ଏହାର ମୂଲ୍ୟ ମାତ୍ର ୩,୯୯୯ ଟଙ୍କା ରହିଛି । ଏହାକୁ ଦୁନିଆର ସବୁଠାରୁ ଶସ୍ତା ଟିଭି ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି । ଏଣୁ ଚଳିତ ଆର୍ଥିକ ବର୍ଷରେ ଏହି ଟିଭିରୁ ୧୦୦କୋଟି ଟଙ୍କା ଆୟ କରିବାକୁ କମ୍ପାନି ଲକ୍ଷ ରଖିଛି ।

୧୯ ଇଞ୍ଚର ଏହି ଟିଭିରେ ୟୁଏସ୍ୱି ପୋର୍ଟ ଓ ଏଚଡିଏମଆଇ ପୋର୍ଟ ରହିଛି । ଡିଟଲର ଏହି ଏଲସିଡ଼ି ଟିଭିରେ ୪୮.୩ ସେଣ୍ଟିମିଟର ଅର୍ଥାତ୍ ୧୯ ଇଂଚର ଡିସେପ୍ଲେ ଦିଆଯାଇଛି । ଯାହାର ରିଜୋଲ୍ୟୁସନ ରହିଛି ୧୩୬୬X୭୬୮ । ଏହାସହ ଏହି ଏଲଇଡ଼ିରେ ଏ ଗ୍ରେଡ଼୍ ପ୍ୟାନେଲର ରହିଛି , ଯଦ୍ୱାରା ପିକ୍ଚର କ୍ୱାଲିଟିି ଭଲ ରହିପାରିବ । ଏହି ଟଭିର ଉଭୟ ପଟେ ୨ଟି ସ୍ପିକର ଲାଗିଛି । ଏହା ସାହାଯ୍ୟରେ ଲୋକମାନେ କମ୍ପ୍ୟୁଟର ଓ ଲାପଟପର ମଧ୍ୟ ଫାଇଦା ଉଠାଇପାରିବେ ।

ଏବେ ବି ଦେଶରେ ପ୍ରାୟ ୩୩ରୁ ୩୪ ପ୍ରତିଶତ ଲୋକଙ୍କ ଟିଭି ନାହିଁ । ଏହାକୁ ଦୃଷ୍ଟିରେ ରଖି ସବୁଠାରୁ କମ ଦାମରେ ଟିଭି ତିଆରି କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା ବୋଲି ଡିଟଲ କମ୍ପାନିର ପ୍ରବନ୍ଧ ନିର୍ଦ୍ଦେଶକ ଯୋଗେଶ ଭାଟିଆ ସୂଚନା ଦେଇଛନ୍ତି। ଗତ ବର୍ଷ ଏହି କମ୍ପାନିର ଆୟ ୫୦ କୋଟି ଟଙ୍କା ରହିଥିଲା । ୨୪ରୁ ୬୫ ଇଞ୍ଚରେ ଏହି କମ୍ପାନି ୧୦ଟି ମଡେଲର ଟିଭି ବଜାରକୁ ଛାଡିଛି ।