ଚିଲିକାରେ ଚିତ୍କାର! ଦେଖନ୍ତୁ, କେମିତି ଘଟିଥିଲା ଦୁର୍ଘଟଣା ଓ ମୃତ୍ୟୁର ସେହି ମୁହୂର୍ତ୍ତ

33

କନକ ବ୍ୟୁରୋ : ଚିଲିକାରେ ମର୍ମନ୍ତୁଦ ଡଙ୍ଗା ଦୁର୍ଘଟଣା । ଏକ ମୋଟର ବୋଟରେ ୩୧ ଜଣ ଯାତ୍ରୀ ଚିଲିକା ଦେଇ ଘଂଟିଶାଳ ପାହାଡ ଆଡକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୌଭାଗ୍ୟବସତଃ ନିକଟରେ ଥିବା ଅନ୍ୟ କିଛି ମୋଟର ବୋଟ୍ ସେମାନଙ୍କୁ ଉଦ୍ଧାର କରିବାକୁ ଆସିବାରୁ ଅଧିକାଂଶ ଯାତ୍ରୀଙ୍କ ଜୀବନ ବଂଚିଯାଇଛି ।

ତେବେ ଉଦ୍ଧାର କରିବା ବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୧୧ ଜଣଙ୍କୁ ଆହତ ଅବସ୍ଥାରେ ରମ୍ଭା ହସ୍ପିଟାଲରେ ଭର୍ତି କରାଯାଇଛି । ସେପଟେ ଏହି ଦୁର୍ଘଟଣା ନେଇ ବୋଟ୍ ମାଲିକ ଦୁତିଆ ମଳିକ ଓ ଚାଳକ ହଟିଆ ମଳିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଦୁର୍ଘଟଣାସ୍ଥଳକୁ ଯାଇଥିବା ଜଣେ ଯୁବକ ବସନ୍ତ ପରିଡା କନକ ନ୍ୟୁଜକୁ ଦୁର୍ଘଟଣା ପରର ଦୃଶ୍ୟ ମୋବାଇଲରେ ରେକର୍ଡ କରି ପଠାଇଛନ୍ତି । ଏହି ଯୁବକମାନଙ୍କ ଉଦ୍ୟମ ପାଇଁ ୨୭ ଜଣଙ୍କ ଜୀବନ ବଂଚିଯାଇଛି । ଏବେ ଦେଖନ୍ତୁ, କେମିତି ଘଟିଥିଲା ଦୁର୍ଘଟଣା ଓ କେମିତି ଥିଲା ମୃତ୍ୟୁର ସେହି ମୁହୂର୍ତ୍ତ ?