ଜମ୍ମୁ-କାଶ୍ମୀରରେ ତ୍ୟାଗ ଓ ଦେଶପ୍ରେମର ଅନନ୍ୟ କାହାଣୀ : ସେନାର ମନୋବଳ ବଢ଼ାଇବାକୁ ଯାଇ ହରାଇଛନ୍ତି ହାତ, ଗାଁ ଛାଡିବାକୁ ନାରାଜ

34

“ ଆମେ ଏହା ଚାହୁଁନୁ କି ଭାରତୀୟ ସେନା ସଂକଟ ସମୟରେ ନିଜକୁ ଏକୁଟିଆ ଭାବନ୍ତୁ, ଆମେ ତାଙ୍କ ସାଥୀରେ ଅଛୁ ଓ ଏଥି ପାଇଁ ଆମେ ଗର୍ବିତ । କିନ୍ତୁ ଦେଶକୁ ଆମ ପରିସ୍ଥିତି ବିଷୟରେ ଜାଣିବାକୁ ପଡିବ ”, ସେନା ବାହିନୀଙ୍କ ପକ୍ଷରେ ୩୭ ବର୍ଷୀୟ ସାଫିୟା ବେଗମଙ୍କ ବୟାନ । ସାଫିୟା ଭାରତ-ପାକିସ୍ତାନ ସୀମା ନିକଟରେ ରୁହନ୍ତି । ପାକିସ୍ତାନ ସହିତ ହୋଇଥିବା ସଂଘର୍ଷରେ ନିଜର ଗୋଟିଏ ହାତ ହରାଇ ସାରିଛନ୍ତି । କେବଳ ସେତିକି ନୁହେଁ ତାଙ୍କର ୬ ବର୍ଷର ପୁଅ ମଧ୍ୟ ଏଥିରୁ ବର୍ତ୍ତି ପାରି ନାହାଁନ୍ତି, ସେ ବି ଗୋଟିଏ ଆଖି ଓ ଗୋଟିଏ ହାତ ହରାଇଛନ୍ତି ।

ଜମ୍ମୁରୁ ୧୭୦ କିମି ଦୂର ନୈାସେରା ସେକ୍ଟରର ଶେଷ ଗାଁ ହେଉଛି ପୁଖରାନୀ । ଏହି ଗାଁ ସବୁବେଳେ ଭାରତ-ପାକିସ୍ତାନର ରାଜନୀତି ଏବଂ ସୈନ୍ୟ ମଝିରେ ଦଳି ହୁଏ । ଲାଇନ ଅଫ କଣ୍ଟ୍ରାଲ (ଖଙଉ)ରୁ ୧୫୦ ମି ଦୂରରେ ଥିବା ଏହି ଗାଁ ପାକିସ୍ତାନୀ ସେନାର ଟାରଗେଟରେ ଥାଏ । ଗତ ୧୬ ବର୍ଷରେ ଏହି ଗାଁରେ କିଛି ଲୋକ ନିଜ ଜୀବନ ହରାଇଛନ୍ତି ତ କିଛି ଲୋକ ଶାରୀରିକ ରୂପରେ ଅକର୍ମଣ୍ୟ ହୋଇଯାଇଛନ୍ତି ।

ସାଫିୟା ବେଗମ ମଧ୍ୟ ସେହି ଅଭାଗା ମାନଙ୍କ ମଧ୍ୟରୁ ଜଣେ । ସାଫିୟା ପାକିସ୍ତାନ ତରଫରୁ ହୋଇଥିବା ଯୁଦ୍ଧରେ ନିଜର ହାତ ହରାଇଛନ୍ତି । ବର୍ଷ ୨୦୦୨ ରେ ୩୭ ବର୍ଷୀୟ ସାଫିୟା ବେଗମଙ୍କ ୨୨ ବର୍ଷ ଥିଲା, ଯେତେବେଳେ ସେ ଏହାର ଶିକାର ହୋଇଥିଲେ । ସେହି ଘଟଣାକୁ ମନେ ପକାଇ ସେ କହିଛନ୍ତି “ ସେତେବେଳେ ଖରା ଦିନ ଥିଲା । ସମସ୍ତେ ନିଜ କାମରେ ଯାଇଥିଲେ । ମୁଁ ଘରଠୁ କିଛି ଦୂର କୂୃଅଁକୁ ପାଣି ଆଣିବା ପାଇଁ ଯାଇଥିଲା । ସେତେବେଳେ ପାକିସ୍ତାନ ତରଫରୁ ଗୁଳି ଚାଳନା ଆରମ୍ଭ ହୋଇଥିଲା ।, ମୁଁ ଘରକୁ ଦୈାଡି ପଳାଇବା ସମୟରେ ଗୋଟେ ମୋର୍ଟାର ମୋ ହାତରେ ବାଜିଥିଲା । ” ସେହି ସମୟକୁ ମନେ ପକାଇଲେ ଆଜି ବି ସାଫିୟାଙ୍କ ଆଁଖିରୁ ଲୁହ ଝରି ଯାଏ ।
ଏହାଠୁ ବି ଅଧିକ ଦୁଃଖଦ ଘଟଣା ଥିଲା, ଯେବେ ତାଙ୍କ ୬ ବର୍ଷର ପୁଅ ମୋର୍ଟାର ଆକ୍ରମଣରେ ଗୋଟିଏ ଆଁଖି ଓ ହାତ ହରାଇଥିଲେ । ଏହି ଘଟଣା ସାଫିଆଙ୍କୁ ହତାଶ କରିଦେଲା । କିନ୍ତୁ ତାଙ୍କ ସାହସକୁ ମାରି ପାରିନଥିଲା । ଦେଶପ୍ରେମକୁ କମ କରି ପାରିନଥିଲା ।

ସାଫିଆ ବେଗମ ଓ ତାଙ୍କ ପରିବାର ପାକିସ୍ତାନର କ୍ରୁରତାର ଶିକାର ହିଁ ନୁହେଁ ବରଂ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରାଶାସନର ମଧ୍ୟ ଅବହେଳାର ଶିକାର ହୋଇଛନ୍ତି । ୧୬ ବର୍ଷରେ କେତେ ସରକାରୀ ଅଫିସର ଓ ନେତା ଏଠାକୁ ଆସି ନାହାଁନ୍ତି । ଭତ୍ତା ନାଁରେ ବହୁତ ଥର ସରକାରୀ କାଗଜରେ ମୋହର ଲଗାଇଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ କିଛି ମିଳିନି । ୨୦୧୪ରୁ ଯୁଦ୍ଧ ବିରାମ ଜାରି ଥିବା ବେଳେ ସାଫିୟା ତାଙ୍କ ପୁଅର ସୁରକ୍ଷାକୁ ଦେଖି ତାକୁ ରାଜୈାରୀ ପଠାଇ ସାରିଛନ୍ତି । କିନ୍ତୁ ଏହା ସତ୍ୱେ ସେମାନେ ସେହି ସ୍ଥାନ ଛାଡୁ ନାହାଁନ୍ତି କାରଣ ସେମାନେ ଭାରତୀୟ ସେନାକୁ ସଂକଟ ସମୟରେ ଛାଡି ଚାଲି ଯିବାକୁ ନାରାଜ । ଏମିତି କରି ସେମାନେ ଦେଶପ୍ରେମର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ।