ଏବେ ଜନ୍ମ ନେବେ ଡିଜାଇନର ଶିଶୁ ! ଆମେରିକାର ପ୍ରଥମ ପଦକ୍ଷେପ, ଜାଣନ୍ତୁ ପୁରା ମାମଲା

60

ଆଜିକା ଦିନରେ ବିଜ୍ଞାନ ଏତେ ଅଗ୍ରଗତି କଲାଣି ଯେ ସବୁକିଛି ହାତ ପାହାନ୍ତାରେ ମିଳିଯାଉଛି । ଅସମ୍ଭବ ସମ୍ଭବ ହେଲାଣି । ଆଗରୁ ଯାହା ସ୍ୱପ୍ନ ଲାଗୁଥିଲା ଏବେ ସେସବୁ ଆମ ପାଖରେ ଅତି ସହଜରେ ଉପଲବ୍ଧ ହୋଇପାରୁଛି । ହାତପାହାନ୍ତାରେ ମିଳି ଯାଉଛି ସବୁ ବିଳାସବ୍ୟସନର ଜିନିଷ । ଏପରିସ୍ଥଳେ ବିଜ୍ଞାନ ଯୋଗୁଁ ଡିଜାଇନର ଶିଶୁ ଜନ୍ମ ନେବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ Keòପାରେ ସତ କିନ୍ତୁ ଏଦିଗରେ କାର୍ଯ୍ୟ ଆରମ୍ଭ ହୋଇ ସାରିଛି ଆମେରିକା ।

ପ୍ରଥମ ଥର ପାଇଁ ଆମେରିକାରେ ଜେନେଟିକାଲ ମଡ଼ିଫାଏଡ଼ ମାନବ ଭୃଣ ବିକଶିତ କରାଯାଇଛି । ଡିଜାଇନର ଶିଶୁ ଜନ୍ମ କରିବା ଦିଗରେ ଏହା ଏକ କ୍ରାନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିପ୍ରତି ଆମେରିକା ନେଇଛି ପ୍ରଥମ ପଦକ୍ଷେପ । ଏନଡ଼ିଟିଭିରେ ଡିଜାଇନର ଶିଶୁ ସମ୍ଭାବନା ବିଷୟରେ ଆଲୋଚନା କରାଯାଇଛି । ବିଗତ ବର୍ଷ ଚୀନ ମଧ୍ୟ ଏନେଇ ଚେଷ୍ଟା କରି ସାରିଛି । ବୈଜ୍ଞାନିକମାନେ ମାନବ ଭୃଣକୁୁ ବଦଳ।ଇବା ପାଇଁ ସିଆରଆଇଏସପିଆର ନାମକ ଏକ ନୂତନ ଜ୍ଞାନକୌଶଳର ବ୍ୟବହାର କରିଛନ୍ତି, ଯାହା ଜିନକୁ କଟା କଟି କରିପାରିବ । ଆଉ ଏହି ପ୍ରକିୟାରେ ଦୃଦଘାତର କାରଣ ହେଉଥିବା ଜିନକୁ ହଟାଇ ଦିଆଯାଇ ପାରିବ । ତେବେ ଏନେଇ ନୈତିକତା ସହ ଯୋଡ଼ିି ହେଉଥିବା ଅନେକ ପ୍ରଶ୍ନ ଉଠିପାରେ । କିନ୍ତୁ ଏବେ ପର୍ଯ୍ୟନ୍ତ ପରୀକ୍ଷା ଜାରି ରହିଥିଲେ ମଧ୍ୟ ମାନବ ଭୃଣକୁ ମାନବ ଭିତରେ ରୋପଣ କରାଯାଇ ନାହିଁ ।

ଡିଜାଇନର ଶିଶୁ ପାଇଁ ବ୍ୟବହୃତ ହେଉଥିବା କୋଷିିକା ଗୁଡ଼ିକ ସାଧାରଣ କୋଷ ନୁହଁ । ଆମେରିକା ପ୍ରଥମ ଥର ପାଇଁ ଜେନେଟିକାଲି ବିକଶିତ କରାଯାଇଥିବା ମାନବ ଭୃଣ ପ୍ରସ୍ତୁତ କରୁଛି । ଚୀନ, ଦକ୍ଷିଣ କୋରିଆ ଓ ଆମେରିକାର ବୈଜ୍ଞାନିକ ମାନଙ୍କର ଏକ ଟିମ୍ ଏହି ମାମଲା ପାଇଁ ପରୀକ୍ଷା ଜାରି ରଖିଛନ୍ତି । ଯେଉଁ ଜିନ ହୃଦୟର ପରସ୍ତକୁ ମୋଟା କରି ଦୃଦଘାତର ଆଶଙ୍କା ବଢ଼ାଇଥାଏ ତାକୁ ହଟାଯାଇ ପାରିବ କି ନାହିଁ ସେମାନେ ପରୀକ୍ଷା ଚଳାଇଛନ୍ତି । ଏହି ଟିମର ଜଣେ ସଦସ୍ୟ ଭାରତୀୟ, ତାଙ୍କ ଜନ୍ମ କାଶ୍ମୀରରେ ଯିଏ ଦିଲ୍ଲୀରେ ନିଜର ପାଠପଢ଼ା ପୁରା କରିଥିଲେ । ପରେ ଆମେରିକା ଚାଲି ଯାଇଥିଲେ । ବର୍ତ୍ତମାନ ସମୟରେ ଗାଇଡ଼ ଲାଇନ ଅନୁସାରେ ଏହି ପ୍ରକିୟାକୁ ଅନୁମତି ଦିଆଯାଇ ନାହିଁ କି ଏହି ଜିନକୁ କେଉଁଠି ରୋପଣ କରାଯିବ । କାରଣ ଏହାଦ୍ୱାରା ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଏଇଠି ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି କ’ଣ ମଣିଷ ଭଗବାନ ହେବା ପାଇଁ ପ୍ରସ୍ତୁତ ?

                                                             ସୌଜନ୍ୟ- ଏନଡିଟିଭି.କମ