ଆହୁରି ବର୍ଷିବ ୨୪ ଘଂଟା : ୧୦ଟି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସହ ଚେତାବନୀ, ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲାପାଳଙ୍କୁ ଅଧିକ ସତର୍କ ରହିବାକୁ ସରକାରଙ୍କ ନିର୍ଦ୍ଦେଶ

28

କନକ ବ୍ୟୁରୋ:ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ଥିର ରହିଛି । ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଂଟା ପର୍ଯ୍ୟନ୍ତ ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ସହ କିଛି ସ୍ଥାନରେ ଝଡତୋଫାନ ନେଇ ବି ଆଶଙ୍କା ରହିଛି । ୧୦ଟି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହା ଭିତରେ ରହିଛି ବୋ÷ଦ୍ଧ, ସୋନପୁର, ସମ୍ବଲପୁର, ଢ଼େଙ୍କାନାଳ, ଅନୁଗୋଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,ଭଦ୍ରକ ଓ କଟକ ଜିଲ୍ଲା ।

ଏହା ସହିତ ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଠାରୁ ବର୍ଷା କମିପାରେ ବୋଲି ଆକଳନ କରାଯାଇଛି । ତେବେ ୧୦ ତାରିଖ ବେଳକୁ ଉତର ଓଡ଼ିଶା ଓ ପଶ୍ଚିମବଂଗ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସେପଟେ ବର୍ଷା ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଡେପୁଟି ଏସଆରସି । ଭୁବନେଶ୍ୱର ଓ ପୁରୀରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାଜ୍ୟରେ ବର୍ତମାନ ବନ୍ୟା ପରିସ୍ଥିତି ନଥିବା କହିଛନ୍ତି ଡେପୁଟି ଏସଆରସି । ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲାପାଳଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀରେ ସର୍ବାଧିକ ୩୦୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୪୧.୪ ମିଲିମିଟର ଓ କଟକ ବାଙ୍କିରେ ୧୪୫ ମିଲିମିଟର ବର୍ଷା ହୋଇଛି ।