ଦହି ଖାଇଲେ ଦୂର ହୁଏ ବିଷାଦ !

70

ବିଭିନ୍ନ ଗୁଣରେ ଭରପୁର ଦହିରେ ଆଉ ଏକ ପ୍ରମୁଖ ଗୁଣ ଥିବା ଏବେ ଜଣାପଡିଛି । ଏକ ସର୍ବେକ୍ଷଣରୁ ଜଣାପଡଛି ଦହିରେ ମହଜୁଦ ବ୍ୟାକ୍ଟେରିଆ ଅବସାଦ ଦୂର କରିବାରେ ସାହଯ୍ୟ କରିଥାଏ । ନିଜର ଖାଦ୍ୟରେ ପ୍ରତିଦିନ ଦହିକୁ ସାମିଲ କରି ଆପଣ ନିଜର ସ୍ୱାସ୍ଥ୍ୟକୁ ନିୟନ୍ତ୍ରିତ କରିପାରିବେ । ଏହା କୌଣସି ଯାଦୁ ଠାରୁ କମ ନୁହଁ ।

ଆମେରିକାର ଡାକ୍ତର ଅଲବାନ ଗାଲ୍ଟିଏଙ୍କ ଟିମ ମୂଷା ଉପରେ ଏକ ପରୀକ୍ଷଣ କରିଥିଲେ ।  ଉକ୍ତ ପରୀକ୍ଷଣରେ ଅବସାଦଗ୍ରସ୍ତ ମୂଷାଙ୍କ ଉପରେ ଦହିର ପ୍ରଭାବ ଉପରେ ଅଧ୍ୟୟନର କରାଗଲା । ସେ କହିଛନ୍ତି ପ୍ରଥମେ ମୂଷା ମାନଙ୍କୁ ଅବସାଦ ପରି ଲକ୍ଷଣ ପ୍ରୟୋଗ କରାଗଲା, ପରେ ସେମାନଙ୍କୁ ଲାକ୍ଟୋବେସିଲସରେ ଭରପୁର ଆହାର ଖାଇବାକୁ ଦିଆ ଯାଇଥିଲା । ଏପରି କାରିବା ଦ୍ୱାରା ମୂଷାଙ୍କ ଅବସାଦ ଲକ୍ଷଣ ଧୀରେ ଧୀରେ ଶେଷ ହୋଇଗଲା । ମନୁଷ୍ୟ ମାନଙ୍କ ଠାରେ ମଧ୍ୟ ଦହିର ସକରାତ୍ମକ ପ୍ରଭାବ ମିଳିବ ବୋଲି ଡାକ୍ତର ଗାଲ୍ଟିଏଙ୍କ ଟିମ ଆଶା କରୁଛି ।