ଡାକଘରୁ ଜମା ଟଙ୍କା ଗାଏବ : ଡେଲାଙ୍ଗ ବେରବୋଇ ଉପଡାକଘରୁ ଲକ୍ଷଲକ୍ଷ ଟଙ୍କା ହଡପ ଅଭିଯୋଗ

48

କନକ ବ୍ୟୁରୋ :  ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ ସବ ପୋଷ୍ଟ ଅଫିସରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଚଳୁ କରି ଫେରାର ହୋଇଯାଇଛନ୍ତି ଜମାକାରୀଙ୍କ ଠାରୁ ଅର୍ଥ ଅ।ଦାୟ କରୁଥିବା କର୍ମଚାରୀ । ଜମାକାରୀମାନେ ଜମା ଅର୍ଥ ଉଠାଇବାକୁ ଯିବା ସମୟରେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଛନ୍ତି । ଡେଲାଙ୍ଗ ଗୁଅ।ଳିପଡା ଲୋକନାଥ ଛାଟୋଇଙ୍କ ୬ଲକ୍ଷଟଙ୍କା, ବେରବୋଇ ଲକ୍ଷ୍ମୀଧରଙ୍କ ୬ ଲକ୍ଷ, ପ୍ରହରାଜପୁରର ନଵ କିଶୋର ମହାପ।ତ୍ରଙ୍କ ୨ଲକ୍ଷ ୫୦ ହଜାର, ଫକିରା ଛାଟୋଇ ୮୦ ହଜାର, ଡଁ ପୁର ଅଶୋକ ପରିଡାଙ୍କ ୯୦ ହଜାର ଟଙ୍କା ସମେତ ଅନେକ ଜମାକାରୀଙ୍କ ଜମାଅର୍ଥ ନେଇ ଫେରାର ହୋଇଯାଇଛନ୍ତି ଅର୍ଥ ଅ।ଦାୟ କରୁଥିବା ଏଜେଣ୍ଟ ସୁଲେଖା ଦାସ ଓ ତାଙ୍କ ସହଯୋଗୀ ଅ।ଲୋକ ମହାପାତ୍ର ।

ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ ଖବର ଜଣାପଡିବା ପରେ ବିଭାଗୀୟ ତଦନ୍ତ ଅ।ରମ୍ଭ ହୋଇଛି । ସେପଟେ ତଦନ୍ତ ଅ।ଳରେ କୈାଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି ତଦନ୍ତକାରୀ ଅଫିସର । ଏହାସହ ନିୟମାନୁସାରେ ସବୁ କାର୍ୟ୍ୟ କରାଯାଇ ଖୁବ୍ ଶୀଘ୍ର ତଦନ୍ତ ସରିବ ବୋଲି କହିଛନ୍ତି ତଦନ୍ତକାରୀ ଅଫିସର ।

ଏବେ ବେରବେ।ଇ ସବ ପୋଷ୍ଟ ଅଫିସରେ ଜମାକାରୀଙ୍କ ଭିଡ ଜମୁଥିବା ବେଳେ ଏହି ଘୋଟାଲାରେ ଏଜେଣ୍ଟଙ୍କ ସହିତ ପୋଷ୍ଟ ଅଫିସର ଏବଂ ଆଉ କାହାର ସଂପୃକ୍ତି ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।