ନିଜ ବ୍ୟାଙ୍କ ଆକାଉଂଟରେ ଟଙ୍କା ଜମା କରୁଛନ୍ତି କି ? ଜାଣିନିଅନ୍ତୁ କିଛି ଜରରୁୀ ନିୟମ, ବଢ଼ିପାରେ ଟେନସନ୍

38

ଆପଣ ନିଜ ବ୍ୟାଙ୍କ ଆକାଉଂଟରେ କ୍ୟାସ ଡିପୋଜିଟ୍ କରନ୍ତି, ତେବେ ଆପଣଙ୍କ ପାଇଁ କିଛି ନିୟମ ଜାଣିବା ବହୁତ ଜରୁରୀ । କାରଣ ନିୟମ ନଜାଣଇଲେ ଭବିଷ୍ୟତରେ ଇନକମ୍ ଟାକ୍ସ ଫାଇଲିଂରେ ଆପଣଙ୍କୁ ଅସୁବିଧା ହୋଇପାରେ । ଆୟକର ପଇଠ କରିବା ସମୟରେ ଯଦି କେହି ବ୍ୟାଙ୍କରେ ଜମା ଥିବା ଟଙ୍କା ବିଷୟରେ ସୂଚନା ନଦିଅନ୍ତି, ତେବେ ତାଙ୍କୁ ଭାରି ଜୋରିମାନା ଦେବାକୁ ପଡ଼ିପାରେ । ବିଶେଷଜ୍ଞଙ୍କ ଅନୁସାରେ ବ୍ୟାଙ୍କ ଆକାଉଂଟରେ କ୍ୟାସ ଡିପୋଜିଟ କରିବାର ସମସ୍ତ ବିବରଣୀ ରିଟର୍ଣ୍ଣ ଫାଇଲ କରିବ ସମୟରେ ଦେବା ଜରୁରୀ । ଯଦି ଏହି ନିୟମ ଅନୁସାରେ ଆୟକର ପଇଠ ନକରନ୍ତି, ତେବେ ତାଙ୍କୁ ପୁରା ଟଙ୍କାର ୮୫ ପ୍ରତିଶତ ଜୋରିମାନା ଦେବାକୁ ପଡ଼ିବ ।

ଆକାଉଂଟରେ କ୍ୟାସ ଡିପୋଜିଟ୍ କରିବା ସମୟରେ ଖୁବ ସାବଧାନ ରହିବା ଜରୁରୀ । ଏଥିରେ ଟାକ୍ସର ନେଣଦେଣ ଆପଣଙ୍କ ଉପରେ ଭାରି ପଡ଼ିପାରେ । କାରଣ ଆୟକର ପଇଠ ସମୟରେ ସେକ୍ସନ ୧୧୫ ବିବିଇ ଅନୁସାରେ ଆୟକରଦାତାଙ୍କୁ ଆୟ ବ୍ୟୟର ଉତ୍ସ ଦେଖାଇବା ଜରୁରୀ ହୋଇପଡ଼େ । ଯଦି ଆୟକରଦାତା ଏପରି ନକରନ୍ତି, ତେବ କିମ୍ବା ଆୟବ୍ୟୟର ଠିକ ଉତ୍ସ ନଦିଅନ୍ତି, ତେବେ ତାଙ୍କୁ ଦୁଇଗୁଣ ଜୋରିମାନା ପଇଠ କରିବା ପାଇଁ ପଡ଼ିବ ।

ସିଧା ସିଧା କହିବାକୁ ପାଇଁ ଗଲେ ଯଦି କୌଣସି ଅୟକରଦାତା ବ୍ୟାଙ୍କରେ ଡିପୋଜିଟ୍ କରୁଥିବା ଟଙ୍କା ବିଷୟରେ ସଠିକ ସୂଚନା ଦେଇପାରୁ ନାହାନ୍ତି, ତେବେ ତାଙ୍କୁ ୬୦ ପ୍ରତିଶତ ଟାକ୍ସ, ୧୮ ପ୍ରତିଶତ ସରଚାର୍ଜ ଦେବାକୁ ପଡ଼ିବ । ଏହା ବ୍ୟତୀତ ସେକ୍ସନ ୨୭୦ ଏଏରେ ୧୦ ପ୍ରତିଶତ ଜୋରିମାନା ମଧ୍ୟ ଲାଗିପାରେ । ଏସବୁ ମିଶାଇ ଆୟକରଦାତାଙ୍କୁ ୮୫ ପ୍ରତିଶତ ଟାକ୍ସ ଓ ଜୋରିମାନ ପଇଠ କରିବା ପାଇଁ ପଡ଼େ ।

୨୦୧୭-୨୦୧୮ ଆର୍ଥିକ ବର୍ଷ ପାଇଁ କ୍ୟାସ ଡିପୋଜିଟ୍ ନେଇ ନିୟମରେ ଅନେକ ପରିବର୍ତ୍ତନ ହୋଇଛି । ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୩ ଲକ୍ଷ ଟଙ୍କାରୁ ଅଧିକ ନେଣଦେଣ ଉପରେ ରୋକ ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଆର୍ଥିକ ବିଧେୟରେ ସଂଶୋଧନ ଅନୁସାରେ ଏହି ସୀମାକୁ ୨ ଲକ୍ଷ ଟଙ୍କା କିରଦିଆଯାଇଛି । ଟାକ୍ସ ବିଭାଗ ଅନୁସାରେ କୌଣସି ବ୍ୟାଙ୍କିଂ କମ୍ପାନୀ, ଡାକଘର ସେଭିଂ କିମ୍ବା ସହକାରୀ ବ୍ୟାଙ୍କ ଉପରେ ଲଗାଇ ନାହାନ୍ତି ।