ଦେବଗଡ ତିଲେଇବଣି ଗୋହୀରା ଡ୍ୟାମରେ ମାଛ ମଡକ : ମାଛ ମଡକର କାରଣ ଅସ୍ପଷ୍ଟ

48

ଦେବଗଡ : ଦେବଗଡ ତିଲେଇବଣି ବ୍ଲକରେ ଥିବା ଗୋହୀରା ଡ୍ୟାମରେ ମାଛ ମଡକ । ତେବେ କାହିଁକି ଏଭଳି ଭାବେ ମାଛ ମଡକ ପଡିଛି, ତାହାର କାରଣ ଜଣାପଡିନାହିଁ । ୭/୮ ଦିନ ହେଲା ଏହି ଡ୍ୟାମ ପାଣିରେ ଛୋଟ ଓ ବଡ ମାଛ ଭାସୁଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ବାସିନ୍ଦା ଓ ମତ୍ସ୍ୟଜୀବୀମାନେ ଚିନ୍ତିତ ହୋଇପଡିଛନ୍ତି । ଅତ୍ୟଧିକ ଖରା ଯୋଗୁଁ ଗରମରେ ମାଛ ମାନେ ମରୁଥିବା ଆଶଙ୍କା କରାଯାଉଥିଲା । ମାତ୍ର ଗତକାଲି ହଜାର ହଜାର ସଂଖ୍ୟାରେ ମାଛ ମରି ପାଣିରେ ଭାସିବା ଦେଖି ମତ୍ସ୍ୟଜୀବୀ ମାନେ ବିବ୍ରତ ହୋଇପଡିଛନ୍ତି । ଦେବଗଡ ଉପଜିଲ୍ଲାପାଳ, ଜିଲ୍ଲା ମତ୍ସ୍ୟ ଅଧିକାରୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ଦେବଗଡ଼ ଜିଲ୍ଲାପାଳ । ମାଛ ମଡକର କାରଣ ସ୍ପଷ୍ଟ ହୋଇନଥିବାରୁ ମଲା ମାଛକୁ କେହି ଖାଦ୍ୟ ଭାବେ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି ।