କପି ପାଇଁ ଜିଦ୍ ଘଟଣା : ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ମିଳିବ କି ଅନୁମତି

କପି ପାଇଁ ଜିଦ୍ ଘଟଣା

74
କନକ ବ୍ୟୁରୋ : ମଙ୍ଗଳବାର ଦିନ ଦେବଗଡ଼ କଲେଜରେ ଚାଲିଥିବା ଯୁକ୍ତ ୨ ପରୀକ୍ଷାର ପଦାର୍ଥ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀମାନେ କପି କରିବାକୁ ଜିଦ କରି ସିସିଟିଭି କ୍ୟାମେରା ସମ୍ମୁଖରେ ପରୀକ୍ଷା ଦେବାକୁ ମନା କରି ଦେଇଥିଲେ। ଫଳରେ ଏହାକୁ ନେଇ କଲେଜରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସଂପୃକ୍ତ ୬୮ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଜବତ କରି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ପଠାଇଥିବା ବେଳେ ସଂପୃକ୍ତ ଛାତ୍ରଛାତ୍ରୀ ଆଗକୁ ହେବାକୁ ଥିବା ପରୀକ୍ଷା ଦେଇପାରିବେ କି ନାହିଁ ସେ ନେଇ ସଂଶୟ ସୃଷ୍ଟି ହୋଇଛି। ତେବେ ସେମାନଙ୍କୁ ପରବର୍ତ୍ତୀ ବିଷୟର ପରୀକ୍ଷା ଦେବାକୁ ଅନୁମତି ପ୍ରଦାନ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଥିବା କଲେଜର ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ ସୂଚନା ଦେଇଛନ୍ତି।

ପ୍ରକାଶଥାଉ କି, ମଂଗଳବାର ନିର୍ଧାରିତ ସମୟରେ ପରୀକ୍ଷା ଆରମ୍ଭ ହେବା ପରେ ସିସିଟିଭି କ୍ୟାମେରା ସମ୍ମୁଖରେ ପରୀକ୍ଷା ଦେବାକୁ ମନକାରି ୬୮ ଜଣ ଛାତ୍ରଛାତ୍ରୀ ହଲ୍ରୁ ଉଠି ଯାଇଥିଲେ। ଏନେଇ ଉତ୍ତେଜନା ହୋଇଥିବାବେଳେ ଜିଲ୍ଲାପାଳ ଓ ଏସପି ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ତେବେ ସଂପୃକ୍ତ ୬୮ ଜଣ ଛାତ୍ରଛାତ୍ରୀଙ୍କ ଖାତା ଜବତ କରି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ପଠାଯାଇଥିଲା।

ମତାମତ

Your email address will not be published.