ଇଦ୍ ପରେ ନିର୍ବାଚନ କରିବାକୁ ଦେଓବନ୍ଦୀ ଉଲେମାଙ୍କ ଦାବି : କହିଲେ, ମୁସଲମାନଙ୍କ ପବିତ୍ର ମାସ ରମଜାନ୍, ଇଦ୍ ପରେ କରାନ୍ତୁ ଲୋକସଭା ନିର୍ବାଚନ  

133

ରମଜାନ୍ ସମୟରେ ପଡୁଥିବା ଲୋକସଭା ନିର୍ବାଚନ କାର୍ଯ୍ୟକ୍ରମ ଉପରେ ରାଜନୈତିକ ଦଳ ପ୍ରଶ୍ନ ଉଠାଉଛନ୍ତି । ଏବେ ସହାରନପୁରର ଏକ ଦେଓବନ୍ଦୀ ଉଲେମା ମଧ୍ୟ ନିର୍ବାଚନ ଆୟୋଗ ଏହି ମାମଲା ଉପରେ ଦାବି କରିଛନ୍ତି । ମଦ୍ରାସା ଜାମିୟା ଶୈଖୁଲ ହିନ୍ଦର ଉଲେମା ମୁଫତି କାସମୀ ମଧ୍ୟ ନିର୍ବାଚନ ଆୟୋଗକୁ ଦାବି କରିଛନ୍ତି, କି, ଦେଶରେ ଲୋକସଭା ନିର୍ବାଚନ ଇଦ୍ ପରେ କରାଯାଉ । ସୂଚନାଯୋଗ୍ୟ, ୧୧ ଏପ୍ରିଲରୁ ୨୩ ମେ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ହୋଇସାରିଛି । ଏମଧ୍ୟରେ ୬ ମେ’ ରୁ ରମଜାନର ମାସ ଆରମ୍ଭ ହେଉଛି ।

ଦେଓବନ୍ଦୀ ଉଲେମା ନିର୍ବାଚନ ଆୟୋଗକୁ ଇଦ୍ ପରେ ନିର୍ବାଚନ କରିବାକୁ ଦାବି କରିଛନ୍ତି । ତାଙ୍କ କହିବାନୁସାରେ, ଏହି ପବିତ୍ର ମାସରେ ମୁସଲମାନମାନେ ରୋଜା ରଖି ଉପାସନାରେ ବ୍ୟସ୍ତ ରହନ୍ତି । ଉଲେମା କହିଛି କି, ନିର୍ବାଚନ ଆୟୋଗ ତରଫରୁ ଯେଉଁ ଘୋଷଣା କରାଯାଇଛି, ରମଜାନ୍ ଉଲ ମୁବାରକରେ ନିର୍ବାଚନର ଘୋଷଣା କରାଯାଇଛି । ସେଥିପାଇଁ ସେ ନିର୍ବାଚନ ଆୟାଗକୁ ଦାବି କରିଛନ୍ତି କି, ମୁସଲମାନଙ୍କ ପବିତ୍ର ମାସ ରମଜାନ୍ । ଏଥିପାଇଁ ମୁସଲମାନ୍ ପୁରା ବର୍ଷ ଏହାର ଅପେକ୍ଷା କରନ୍ତି ଏବଂ ରମଜାନ୍ ରେ ପୁରା ଦିନ ରୋଜା ରଖନ୍ତି ।

ସୂଚନାଯୋଗ୍ୟ, ୧୧ ଏପ୍ରିଲ ଠାରୁ ପ୍ରସ୍ତାବିତ ଲୋକସଭା ନିର୍ବାଚନ କାର୍ଯ୍ୟକ୍ରମ ମଧ୍ୟରେ ପଡୁଥିବା ରମଜାନ୍ ମାସରେ ଭୋଟିଙ୍ଗର ତାରିଖକୁ ନେଇ ଉଠୁଥିବା ବିବାଦ ଉପରେ ନିର୍ବାଚନ ଆୟୋଗ ସୋମବାର ଦିନ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି । ନିର୍ବାଚନ ଆୟୋଗ କହିଲେ କି, ରମଜାନ୍ ପୁରା ମାସ ଆମେ ନିର୍ବାଚନକୁ ରୋକି ପାରିବୁ ନାହିଁ । ରମଜାନର ମୁଖ୍ୟ ଦିନ ଅର୍ଥାତ୍ ଶୁକ୍ରବାର ଦିନ ଭୋଟ୍ ଆୟୋଜିତ କରାଯିବ ନାହିଁ । ରମଜାନ ମାସରେ ନିର୍ବାଚନକୁ ନେଇ ତୃଣମୂଳ କଂଗ୍ରେସ ସମେତ କିଛି ଦଳ ବିରୋଧ କରିଛନ୍ତି ।