ମଥାରେ ସିନ୍ଦୁର ପିନ୍ଧିବାରୁ ଟିଏମସି ସାଂସଦ ନୁସରତ ଜାହାଁଙ୍କୁ ଫତୱା । ମୁସଲିମ୍ ଧର୍ମ ବିରୋଧୀ ଆଚରଣ ପାଇଁ ଫତୱା ଜାରି କଲେ ଦେଓବନ୍ଦର ମୁସଲିମ୍ ଧର୍ମଗୁରୁ

କହିଲେ ଏଭଳି ଆଚରଣ ମୁସଲିମ୍ ଧର୍ମର ବିରୁଦ୍ଧାଚରଣ

541

କନକ ବ୍ୟୁରୋ: ଟିଏମସି ସାଂସଦ ନୁସରତ୍ ଜାହାଁଙ୍କ ପାଇଁ ବଢିପାରେ ଅଡୁଆ । ବିବାହ ପରେ ମଥାରେ ସିନ୍ଦୁର, ଦେଢରେ ଶାଢୀ ଓ ମଙ୍ଗଳସୂତ୍ର ପକାଇବାକୁ ନେଇ , ଏହି ବେଙ୍ଗଲି ଅଭିନେତ୍ରୀ ତଥା ସାଂସଦଙ୍କ ଉପରେ ଖପ୍ପା ହୋଇଛନ୍ତି ମୁସଲିମ୍ ସଂଗଠନ । ଗତ ୧୯ ଜୁନରେ ତୁର୍କୀରେ କୋଲକାତାର ବ୍ୟବସାୟୀ ନିଖିଲ୍ ଜୈନଙ୍କୁ ବିବାହ କରିଥିଲେ ନୁସରତ୍ ।

ତେବେ ବିବାହ ପରେ ମଥାରେ ସିନ୍ଦୁର ଓ ବେକରେ ମଙ୍ଗଳସୂତ୍ର ପକାଇ ସଂସଦ ଭବନରେ ପହଁଚିଥିଲେ ଏହି ସାଂସଦ । ଶପଥ ଗ୍ରହଣ ପରେ ବାଚସ୍ପତିଙ୍କ ପାଦ ଛୁଇଁ ଆଶୀର୍ବାଦ ବି ନେଇଥିଲେ । ଏହାକୁ ନେଇ ଦେଓବନ୍ଦର ଧର୍ମଗୁରୁ ତାଙ୍କ ବିରୋଧରେ ଫତୱା ଜାରି କରିଛନ୍ତି । ସେମାନଙ୍କ କହିବା କଥା ମୁସଲିମ୍ ଝିଅ କେବଳ ମୁସଲିମ୍ ପୁଅଙ୍କୁ ହିଁ ବିବାହ କରିବା ଉଚିତ୍ । ବେକରେ ମଙ୍ଗଳସୂତ୍ର ପକାଇବା ଓ ମଥାରେ ସିନ୍ଦୁର ପିନ୍ଧିବା ମୁସଲିମ୍ ଧର୍ମର ବିରୁଦ୍ଧାଚରଣ ।