ଅଣାୟତ ଡେଙ୍ଗୁ : କାଲିଠୁ ଡେଙ୍ଗୁ ରୋଗୀ ଚିହ୍ନଟ ସଚେତନତା ପାଇଁ କଟକରେ ଖୋଲିବ ୫୦ ଶିବିର

15

କଟକ ବ୍ୟୁରୋ , କନକ ନ୍ୟୁଜ୍ : ରାଜ୍ୟରେ ସଂଗୀନ ହେଉଛି ଡେଙ୍ଗୁ ସ୍ଥିତି । ଆସନ୍ତାକାଲିଠୁ କଟକରେ ମାଗଣାରେ ଡେଙ୍ଗୁ ଚିହ୍ନଟ ଓ ସଚେତନତା ପାଇଁ ୫୦ଟି ଶିବିର ଖୋଲାଯିବ । ଏସସିବିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭ରେ ପହଚିଂଛି । ଏମାନଙ୍କ ମଧ୍ୟରୁ କଟକର କେବଳ ୮୭ ଜଣ । ଏହା ସହ ୧୦ ଗୁରୁତରଙ୍କୁ ଆଇସିୟୁରେ ଭର୍ତି କରାଯାଇଛି ।ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏ ନେଇ ସୂଚନା ଦେଇଛନ୍ତି । ସେହିପରି କେନ୍ଦୁଝର ବଡବିଲ ଅଂଚଳରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ ରୋଗ । ୨୧ ଦିନରେ ୭୭୨ ଜଣଙ୍କ ରକ୍ତ ନମୂନାରେ ପଜିଟିଭ ଆସିଛି । କେନ୍ଦୁଝରରେ ଡେଙ୍ଗୁ ଅଣାୟତ ହୋଇପଡିଥିବା ବେଳେ ପ୍ରାାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । କେନ୍ଦ୍ରୀୟ ଡାକ୍ତରୀ ଦଳ ଆଜି ବଡବିଲର ବିଭିନ୍ନ ୱାର୍ଡ ବୁଲି ସ୍ଥିତି ପରଖିଛନ୍ତି ।