କଟକ ସହରରେ ବ୍ୟାପୁଛି ଡେଙ୍ଗୁ ଜ୍ୱର : ବଢୁଛି ରୋଗ ତେଜୁଛି ରାଜନୀତି

25

କନକ ବ୍ୟୁରୋ : କଟକ ସହର ଓ ଏହାର ଆଖପାଖ ଅଂଚଳରେ ବ୍ୟାପୁଛି ଡେଙ୍ଗୁ । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ରେ ପହଂଚିଛି । ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଡେଙ୍ଗୁକୁ ଡାକି ଆଣିଥିବା ନେଇ ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ କଟକ-ବାରବାଟୀ ବିଧାୟକ କହୁଛନ୍ତି ପରିମଳ ବ୍ୟବସ୍ଥା ସୁଧାରିବା ଦିଗରେ ମହାନଗର ନିଗମ ପଦକ୍ଷେପ ନେଉଛି । ହେଲେ ସଫେଇକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ କର୍ପୋରେଟର ।

କଟକକୁ ଡରାଉଛି ମାରାତ୍ମକ ରୋଗ ଡେଙ୍ଗୁ । ଦିନକୁ ଦିନ କଟକ ସହର ଓ ଏହାର ଆଖପାଖ ଅଂଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ରୋଗ ବଢୁଥିବା ଅଭିଯୋଗ ହୋଇଛି । ସେପଟେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମହନଗର ନିଗମ ପଦକ୍ଷେପ ନେଉଥିବା କହିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ । କିନ୍ତୁ କିଛି ସ୍ଥାନୀୟ କର୍ପୋରେଟର ପରିମଳ ବ୍ୟବସ୍ଥାକୁନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଚଳିତବର୍ଷ ଡେଙ୍ଗୁ ପାଇଁ କଟକ ଏସସିବିରେ ସ୍ୱତନ୍ତ୍ର ଓାର୍ଡର ବନ୍ଦୋବସ୍ତ କରାଯାଇଛି । ଏବେ ସୁଦ୍ଧା କଟକ ଜିଲ୍ଲାରୁ ୨୪ଜଣ ଡେଙ୍ଗୁ ରୋଗୀଙ୍କୁ ଚକିତ୍ସା ପାଇଁ ଏସସିବିର ଭର୍ତି କରାଯାଇଛି । ସେପଟେ ଏସସିବିରେ ସ୍ଥିତି ଯାଂଚ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମଶା ମାତୁଛି ଡେଙ୍ଗୁ ବଢୁଛି । ଏହାରି ଭିତରେ କିନ୍ତୁ ରାଜନୀତି ଥମୁନା ନାହିଁ । ପରିମଳ ସହ ଡେଙ୍ଗୁ ମୁକାବିଲା ବର୍ତମାନ ସମୟର ସବୁଠାରୁ ବଡ ଆହ୍ୱାନ ।