କଳାହାଣ୍ଡିରେ ଡେଙ୍ଗୁ ଆତଙ୍କ : କୋକସରାରେ ଗାଁକୁ ଗାଁ ବ୍ୟାପିଲା ଭୂତାଣୁ, ରାଜ୍ୟରେ ଏବେ ସୁଦ୍ଧା ୧୧୮୬ ଡ଼େଙ୍ଗୁ ରୋଗରେ ଆକ୍ରାନ୍ତ

35

କନକ ବ୍ୟୁରୋ : ସପ୍ତାହେ ବିତିଲାଣି ତଥାପି ଅଣାୟତ ଡେଙ୍ଗୁ । ପ୍ରଶାସନ, ପ୍ରତିକାର ପାଇଁ ଯୁଦ୍ଧ କାଳୀନ ଭିତିରେ ଅଂଟା ଭିଡି ଥିଲେ ବି ଗାଁ ପରେ ଗାଁ ଡେଉଁଛି ଡେଙ୍ଗୁ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରେ ଗତ ସପ୍ତାହ ଠାରୁ ଦେଖାଦେଇଥିବା ଡେଙ୍ଗୁ ରୋଗ ଏବେ ଅଣାୟତ ହେବା ସହ ଭୟାନକ ରୂପ ନେବାକୁ ଯାଉଛି । ଗାଁରେ ମୋଟ ୧୮୦ ଜଣ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରଯାଇଥିବା ବେଳେ ୪୫ଜଣ ଲୋକଙ୍କ ରକ୍ତରୁ ଡେଙ୍ଗୁ ରୋଗ ଚିହ୍ନଟ ହୋଇଛି । ଏବେ ଡେଙ୍କୁ ଗାଁ ଠାରୁ ଗାଁକୁ ବ୍ୟାପିବାରେ ଲାଗିଛି । ଏବେ ଆଉ ୭ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସିଡିଏମଓ, ଉପ-ଜିଲ୍ଲାପାଳ ଆସି ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିବା ସହ ୨୪ଜଣଙ୍କ ରକ୍ତରେ ପଜିଟିଭ୍ ଥିଲା । ରାତିକ ଭିତରେ ଆଉ ୨୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପ୍ରଶାସନର ନିଦ ହଜାଇ ଦେଇଛି । ଅନ୍ୟପଟେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଡେଙ୍ଗୁକୁ ଆୟତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ମଶା ଘୋଉଡାଇବା କାର୍ଯ୍ୟକ୍ରମ ଜାରି ରହିଛି । ସେପଟେ ପରିସ୍ଥିତି ଅନୁଧ୍ୟାନ ପାଇଁ ଗାଁରେ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ସିଡିଏମଓ, ସହ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଗାଁରେ ପହଂଚିଛନ୍ତି । ପଂଚାୟତର ଅବହେଳା ଏବଂ ଡ୍ରେନେଜ୍ ବ୍ୟବସ୍ଥା ଫେଲ୍ ଯୋଗୁଁ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନାରେ ପଡି ରହିଥିବାରୁ ଡେଙ୍ଗୁ ଭୂତାଣୁ ପ୍ୟାପୁଥିବା ସ୍ୱୀକାର କରିଛନ୍ତି ସ୍ଥାନୀୟ ବିଧାୟକ । ଡେଙ୍ଗୁର ପ୍ରତିକାର ପାଇଁ ଏକ ସ୍ୱତନ୍ତ୍ର ପତିନିଧି ଦଳ ଭୂବନେଶ୍ୱରରୁ ଆସିବ ବୋଲି କହିଛନ୍ତି ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ ।